ଦ୍ରାବିଡଙ୍କ ପଦନ୍ଦ ରୋହିତ ଶର୍ମା

ମୁମ୍ବାଇ: ଭାରତର ନୂଆ କୋଚ୍‌ ହେବେ ରାହୁଲ ଦ୍ରାବିଡ । ରବି ଶାସ୍ତ୍ରୀଙ୍କ ପରେ ଦଳର କୋଚିଂ ଦାୟିତ୍ୱ ନେବେ ଦ୍ରାବିଡ । ଦୀର୍ଘଦିନ ହେବ ଦ୍ରାବିଡ ଦଳର କୋଚ୍‌ ହେବେ ବୋଲି ଚର୍ଚ୍ଚା ହେଉଥିଲା । ସେ ପୂର୍ବରୁ ଭାରତୀୟ ଏ ଓ ଅଣ୍ଡର ୧୯ରେ କୋଚ୍‌ ଥିଲେ । ତାଙ୍କ ସମୟରେ ଉଭୟ ଟିମ୍‌ ସଫଳ ହୋଇଥିଲା । କିନ୍ତୁ ବିରାଟ କୋହଲି ଚଳିତ ଟି-୨୦ ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବେ । ତେବେ ପରବର୍ତ୍ତୀ ଅଧିନାୟକ କିଏ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏକ ସାକ୍ଷାତକାରରେ ରାହୁଲ ଦ୍ରାବିଡ କହିଛନ୍ତି ଯେ, ଦଳ ଟି-୨୦ ପରି ଦିନିକିଆରେ ମଧ୍ୟ ନୂଆ ଅଧିନାୟକ ସନ୍ଧାନରେ ରହିଛି । ରୋହିତ ଶର୍ମା ହେଉଛନ୍ତି ଏବେକାର ଉତ୍ତରାଧିକାରୀ ହେବାକୁ ଯୋଗ୍ୟ ଅଟନ୍ତି । କିନ୍ତୁ ବୋର୍ଡର ନିଷ୍ପତ୍ତି ହିଁ ଚୂଡାନ୍ତ । ଆବଶ୍ୟକ ହେଲେ ଯୁବ ଖେଳାଳିଙ୍କୁ ଏହି ଦାୟିତ୍ୱ୍ୱ ଦିଆଯାଇପାରେ । ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ୫ଥର ଆଇପିଏଲ ଟ୍ରଫି ଜିତିଛ । ତାଙ୍କ ନେତୃତ୍ୱରେ ଭାରତ ନିଦାହସ ଓ ଏସିଆ କପ-୨୦୧୮ ଚାମ୍ପିଅନ ହୋଇଥିଲା । ଯଦି କୋହଲି ଦିନିକିଆ ଫର୍ମାଟରେ ଅଧିନାୟକ ପଦ ଛାଡନ୍ତି ତେବେ ରୋହିତ ହିଁ ପ୍ରମୁଖ ଦାବିଦାର ବୋଲି କୁହାଯାଉଛି ।