ପ୍ରସିଦ୍ଧ ଗାୟକ ସୋନୁଙ୍କ ରାମଚରିତମାନସ ପରିବେଷଣ

ଅଯୋଧ୍ୟା: ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ସମାରୋହରେ ମନୋରଞ୍ଜନ ଜଗତର ଶ୍ରେଷ୍ଠ କଳାକାରମାନେ ଉପସ୍ଥିତ ଥିଲେ। ପ୍ରସିଦ୍ଧ ଗାୟକ ସୋନୁ ନିଗମ ଏହି ସମାରୋହରେ ରାମଚରିତମାନସର କିଛି ଦୋହା ଗାନ କରିଥିଲେ। ଏହା ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ ଥିଲା ।

ସୂଚନା ଅନୁଯାଇ, ନିମନ୍ତ୍ରଣ ପାଇଥିବା ଭାଗ୍ୟବାନ ବ୍ୟକ୍ତିଙ୍କ ମଧ୍ୟରୁ ମୁଁ ଅନ୍ୟତମ ବୋଲି ସେ କହିଛନ୍ତି। ‘ରଘୁକୁଲ ରୀତି ସଦା ଚଲି ଆଇ, ପ୍ରାଣ ଯାଇ ବରୁ ବଚନ ନ ଯାଇ’ ଗାନ କରି ସେ ପ୍ରଶଂସା ସାଉଁଟିଥିବା ବେଳେ ବିଶେଷ କରି ସାଧୁମାନେ ତାଳି ବଜାଉଥିବା ଦେଖିବାକୁ ମିଳିଥିଲା।

ସେହିପରି, ସୋନୁଙ୍କ ବ୍ୟତୀତ ଅନୁରାଧା ପୌଡୱାଲ ଓ ଶଙ୍କର ମହାଦେବନ ମଧ୍ୟ ଭକ୍ତି ସଂଗୀତ ପରିବେଷଣ କରି ଦର୍ଶକଙ୍କୁ ଆକର୍ଷିତ କରି ମାହୋଲକୁ ରାମମୟ ଧ୍ୱନିରେ ପ୍ରକମ୍ପିତ ଥିଲା।