ପ୍ରଭାସଙ୍କ ଫିଲ୍ମରେ ସଞ୍ଜୟ ଦତ୍ତଙ୍କୁ ମିଳିଲା ଭିଲେନ୍‌ ରୋଲ

ନକାରାତ୍ମକ ଭୂମିକାରେ ସଞ୍ଜୟ ଦତ୍ତ ବହୁତ ବିପଜ୍ଜନକ ଦେଖାଯାଉଥିଲେ…..

ମୁମ୍ଵାଇ : ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ । ପଜିଟିଭ୍‌ ଭୂମିକା ଛାଡି ଏବେ ନେଗେଟିଭି୍‌ ରୋଲ୍‌ ପାଇଁ ବେଶ୍‌ ଚର୍ଚ୍ଚିତ। ହ୍ରିତିକ ଏବଂ ପ୍ରିୟଙ୍କାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅଗ୍ନିପଥ’ରେ କାଞ୍ଚା ଚେନା ଭାବରେ ପରଦାରେ ଆସିଥିଲେ। ସେତେବେଳେ ସେ ଦର୍ଶକଙ୍କ ହୃଦସ୍ପନ୍ଦନ ବଢାଇ ଦେଇଥିଲେ। ନକାରାତ୍ମକ ଭୂମିକାରେ ସଞ୍ଜୟ ଦତ୍ତ ବହୁତ ବିପଜ୍ଜନକ ଦେଖାଯାଉଥିଲେ। ଏହା ପରେ ପ୍ରଶଂସକମାନେ ତାଙ୍କୁ ସୁପରଷ୍ଟାର ୟଶଙ୍କ ଫିଲ୍ମ KGF-2 ରେ ଏକ ପୁଣି ଭିଲେନ୍‌ ଭୂମିକା ଗ୍ରହଣ କରିଥିଲେ।

ପ୍ରତ୍ୟେକ ଥର ସଞ୍ଜୁ ବାବାଙ୍କୁ ଏକ ନକାରାତ୍ମକ ଭୂମିକାରେ ଦେଖିବାକୁ ମିଳିଥାଏ। ଦର୍ଶକମାନେ ତାଙ୍କୁ ପୁଣି ଥରେ ଦେଖିବାକୁ ଚାହାଁନ୍ତି। ପ୍ରଶଂସକଙ୍କ ଏହି ଇଚ୍ଛା ପୂରଣ କରିବା ପାଇଁ ସଞ୍ଜୁ ବାବା ପୁଣି ଥରେ ବାଦାସଙ୍କ ଚରିତ୍ରରେ ଅଭିନୟ କରିବେ । ନିକଟରେ ଖବର ଆସିଥିଲା ​​ଯେ ଲୋକେଶ କାନାଗରାଜଙ୍କ ନିର୍ଦ୍ଦେଶିତ ଥାଲପତୀ ବିଜୟଙ୍କ ଫିଲ୍ମରେ ସଞ୍ଜୟ ଦତ୍ତ ଭିଲେନ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ସଞ୍ଜୟ ବାହୁବଲୀ ଫେମ୍‌ ପ୍ରଭାସଙ୍କ ସହ ନଜର ଆସିବେ।