ମୁମ୍ବାଇ: ‘ଭୁଲ ଭୁଲୈୟା-୩’ ଦେଖିବା ପାଇଁ ପ୍ରଶଂସକଙ୍କ ମନରେ ପ୍ରବଳ ଉକ୍ରଣ୍ଠା । ଭୁଲ ଭୁଲୈୟା’ର ପ୍ରଥମ ଦୁଇଟି ସଂସ୍କରଣକୁ ଦର୍ଶକମାନେ ତାରିଫ କରିଛନ୍ତି । ବକ୍ସ ଅଫିସରେ ଭୁଲ ଭୁଲୈୟା’ ଭଲ ବ୍ୟବସାୟ କରିଛି । କାର୍ତିକ ଆର୍ୟନଙ୍କ ଅଭିନୟକୁ ଦର୍ଶକମାନେ ଗ୍ରହଣ କରିଛନ୍ତି । ଭୁଲ ଭୁଲୈୟା-୩’ରେ ମଧ୍ୟ କାର୍ତିକ ଆର୍ୟନ ଅଭିନୟ କରିବେ ।
ଏବେ କଥା ଉଠୁଛି, ପରଦା ଉପରେ କାର୍ତିକଙ୍କ ପ୍ରେମିକା ଭୂମିକାରେ କିଏ ଅଭିନୟ କରିବେ । କାହା ସାଙ୍ଗରେ କାର୍ତିକ କୁତୁକୁତୁ କରିବେ ।
ରହସ୍ୟ ରୋମାଂଚଭରା କାହାଣୀ ସହିତ ଭରପୁର ମଉଜ ମଜଲିସକୁ ମିଶାଇ ତିଆରି କରାଯାଉଛି ‘ଭୁଲ ଭୁଲୈୟା-୩’ ।ଚଳଚ୍ଚିତ୍ରଟିରେ କାର୍ତିକ ଆର୍ୟନ ଓ ସାରା ଅଲୀ ଖାଁଙ୍କୁ ଯୋଡ଼ିଦାର ଭୂମିକାରେ ଦେଖିବାକୁ ମିଳିବ । ଏହା ପୂର୍ବରୁ ଦୁହେଁ ‘ଲବ୍ ଆଜ କଲ’ରେ ଅଭିନୟ କରିଥିଲେ । ୨୦୨୦ ପରଠାରୁ ଉଭୟଙ୍କୁ ଏକାଠି ଦେଖିବାକୁ ମିଳି ନଥିଲା