ନବୀନଙ୍କ ଅମଳରେ ୮୭ ଭାଗ କର୍ମଚାରୀ ଅସାଧୁ

କଟକ: ଅସାଧୁ କର୍ମଚାରୀଙ୍କ ସହଯୋଗରେ ଘରବାଡ଼ି, ଜଳାଶୟ, କୋଠାବାଡ଼ିକୁ ଚାଷଜମି ଭିତରେ ଗଣାଯାଇଛି । ସାଟେଲାଇଟ୍‌ ସର୍ଭେରୁ ଏହି ବିଷୟ ଜଣାପଡ଼ିବା ପରେ ଶାସକଦଳ ‘ଭୋଟ ନଦେଲେ ଦଣ୍ଡ’ ଯୋଜନା ଆରମ୍ଭ କରିଦେବେ । ଅସାଧୁ ବେପାରୀମାନେ ଧାନ ବିକିବା ପାଇଁ ଚାଷଜମି ନଥିବା ପ୍ଲଟ ପଞ୍ଜୀକରଣ କରିଛନ୍ତି । ପଞ୍ଜୀକରଣ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀମାନଙ୍କ ସହଯୋଗରେ ଏସବୁ କାମ ଚାଲୁଥିବା କୁହାଯାଉଛି ।

ରାଜ୍ୟରେ ପ୍ରାୟ ୨୦ ଲକ୍ଷ ୧୧ ହଜାର ୯୨୯ଟି ସନ୍ଦେହଜନକ ପ୍ଲଟ ଧରାପଡ଼ିଛି ।ରାଜ୍ୟର ସାତୋଟି ଜିଲ୍ଲା ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ସାଟେଲାଇଟ୍‌ ସର୍ଭେ ସରିବା ପରେ ଧାନକିଣା ଆରମ୍ଭ ହୋଇଛି । ସୂଚନା ମୁତାବକ ରାଜ୍ୟର ୩୧୫ ତହସିଲର ୩୯ ହଜାର ୮୧୨ଟି ଗ୍ରାମରେ ସାଟେଲାଇଟ୍‌ ସର୍ଭେ କରାଯାଇଥିଲା ।

ଏହି ସର୍ଭେରୁ ଜଣାପଡ଼ିଛି, ସଚିବାଳୟରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ଅସାଧୁ ସରକାରୀ କର୍ମଚାରୀଙ୍କ ମେଳି ରହିଛି ଯୋଉମାନେ କ୍ଷମତାସୀନ ଦଳର ନେତାଙ୍କ ଅଭୟ ପାଇ ଯାବତୀୟ କେଳେଙ୍କାରୀ କାମ କରୁଛନ୍ତି ।