ଆଉ ନୁହେଁ ଅପରାଜିତା: ନିର୍ବାଚନ ପାଖେଇଲା, ଚକେଇସିହାଣି ମନେପଡ଼ିଲା

ଚକେଇସିହାଣି: ଭୁବନେଶ୍ୱର ଲୋକସଭା ଆସନର ଅଳିଆ ଆବର୍ଜନା, ପୂତିଗନ୍ଧମୟ, ପରିତ୍ୟକ୍ତ ସ୍ଥାନଗୁଡ଼ିକରେ ଦେଖିବାକୁ ମିଳୁଛି ‘ଆଉ ଥରେ ଅପରାଜିତା’ । କଥାଟା ବୁଝିହେଉନି । କ’ଣ ପାଇଁ ଆଉ ଥରେ? ଥରକରେ ଅପରାଜିତା କିଛି ଓଲଟାଇ ପାରିଲେନି ଯେ ଆଉଥରେ ଲୋକସଭାକୁ ଯିବା ପାଇଁ କନକନ ।

୫ ବର୍ଷ ଭିତରେ ଭୁବନେଶ୍ୱର ଲୋକସଭାରୁ ପ୍ରକଳ୍ପ ଆଳରେ କିଛି ଲୁଟି ପାରିଲେନି ନା କ’ଣ? କେମିତି ଲୁଟିବେ? ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ମଣ୍ଡଳୀଗୁଡ଼ିକର ବିଜେଡି ବିଧାୟକମାନେ ମିଳିତ ଭାବେ ଅପରାଜିତାଙ୍କୁ ଗୋଡେ଼ଗୋଡେ଼ ଜଗିଛନ୍ତି ।

ଗତ ୫ ବର୍ଷ ଭିତରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସାଧାରଣ ଲୋକଙ୍କ ଦୁôଃଖଦୁର୍ଦ୍ଦଶା ଓ ସମସ୍ୟା ଦୂର କରିବାରେ ବିଫଳ ହୋଇଛନ୍ତି । ଆଉ ଥରେ ସାଂସଦ ହେଲେ ଭୁବନେଶ୍ୱର ବାସିନ୍ଦାଙ୍କର କିଛି ଲାଭ ହେବନି । ବରଂ ଅପରାଜିତା ଷଡ଼ଙ୍ଗୀଙ୍କର ଲାଭ ହେବ ।

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇ ରେକର୍ଡ ପ୍ରତିଷ୍ଠା କରିବାର ଆଶା ବାନ୍ଧିଛନ୍ତି ନରେନ୍ଦ୍ର ମୋଦୀ । ମୋଦୀଙ୍କ ତୃତୀୟ ପାଳି ସରକାରରେ କେନ୍ଦ୍ରରେ ମନ୍ତ୍ରୀ ପଦଟିଏ ମିଳିବାର ଆଶା କରିଛନ୍ତି ଅପରାଜିତା ।

ଭୁବନେଶ୍ୱର ଲୋକସଭା ବାସିନ୍ଦାଙ୍କୁ ଦରକାର ଜଣେ ଯୋଗ୍ୟ ଓ ଦକ୍ଷ ବ୍ୟକ୍ତି ଯେ ନିଜର ଦୋଷ ଦୁର୍ବଳତାକୁ ଘୋଡ଼ାଇବା ପାଇଁ ବିଜେଡିକୁ ଦାୟୀ କରି ଆପଣା ଦାୟିତ୍ୱରୁ ଖସିଯିବାର ଉଦ୍ୟମ କରୁ ନଥିବ ।

ସୂଚନାଯୋଗ୍ୟ, ଶନିବାର ଅପରାଜିତା ଷଡ଼ଙ୍ଗୀ ଚକେଇସିହାଣି ଅଂଚଳକୁ ବୁଲିବା ପାଇଁ ଆସିଥିଲେ । ତାଙ୍କୁ ସଙ୍ଖୋଳିବା ପାଇଁ ଚକେଇସିହାଣି ଅଂଚଳର ବିଜେପି କର୍ମୀମାନେ ବସ୍ତି ଭିତରୁ ଶତାଧିକ ମହିଳାଙ୍କୁ ଗୋଟାଇ ଆଣି ମଂଚେଶ୍ୱର ହାଇସ୍କୁଲ ନିକଟରୁ କେନାଲ ପୋଲ ପର୍ଯ୍ୟନ୍ତ ଠିଆ କରାଇଥିଲେ ।

ସାଂସଦଙ୍କ ସୁରକ୍ଷା ନିମନ୍ତେ ବସ୍ତିବାସିନ୍ଦାଙ୍କ ପାଖାପାଖି ଠିଆ ହୋଇଥିଲେ ଲାଠିଧରା ସୁରକ୍ଷାକର୍ମୀ । ଚକେଇସିହାଣୀର କିଛି ବିଜେପି କର୍ମୀ ହାତରେ ଫୁଲମାଳ ଧରି ଅପେକ୍ଷା କରିଥିଲେ (ଅ) ପରାଜିତା ଷଡ଼ଙ୍ଗୀଙ୍କୁ ।