ନୂଆଦିଲ୍ଲୀ: ଗାୟିକା ଓ ଅଭିନେତ୍ରୀ ମଲିକା ରାଜପୁତ ଆକା ବିଜୟଲକ୍ଷ୍ମୀ ତାଙ୍କର ୟୁପିସ୍ଥିତ ବାସଭବନରେ ମୃତ୍ୟୁବରଣ କରିଛନ୍ତି । ୧୩ ତାରିଖ ଦିନ ୩୫ ବର୍ଷୀୟ ଅଭିନେତ୍ରୀଙ୍କୁ ସୀତାକୁଣ୍ଡ ବାସଭବନରେ ସିଲିଂ ଫ୍ୟାନରୁ ତଳକୁ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା ।
ମଲିକାଙ୍କ ମା’ ସୁମିତ୍ରା କହିଛନ୍ତି, ମଲିକାଙ୍କ ରୁମର କବାଟ ଭିତରପଟୁ ବନ୍ଦ ଥିଲା । ରୁମ ଲାଇଟ୍ ଜଳୁଥିଲା । ମୁଁ ଝରକା ଫାଙ୍କ ଦେଇ ତାକୁ ଠିଆ ହୋଇଥିବାର ଦେଖିଲି । ମାତ୍ର ଯେତେବେଳେ କବାଟ ଖଟ୍ ଖଟ୍ କଲି; ଆମ ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଲି । ମୁଁ ମୋ ସ୍ୱାମୀ ଓ ଅନ୍ୟମାନଙ୍କୁ ବଡ଼ପାଟିରେ ଡାକିଲି । ସେତେବେଳକୁ ଆମ ହାତରେ ଆଉ କିଛି ନଥିଲା ।
ପୁଲିସ ପ୍ରାଥମିକ ଅନୁସନ୍ଧାନ କରି ମଲିକା ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତକଥା ଜଣାପଡ଼ିବ ।