ଛାଡପତ୍ର ନେବେ ସୋହେଲ ଓ ସୀମା!

ବିବାହର ୨୪ ବର୍ଷ ପରେ ବଲିଉଡ ଅଭିନେତା ସୋହେଲ ଖାନ ପତ୍ନୀ ସୀମା ଖାନଙ୍କଠାରୁ ଡିଭୋର୍ସ…

ମୁମ୍ବାଇ: ବିବାହର ୨୪ ବର୍ଷ ପରେ ବଲିଉଡ ଅଭିନେତା ସୋହେଲ ଖାନ ପତ୍ନୀ ସୀମା ଖାନଙ୍କଠାରୁ ଡିଭୋର୍ସ ନେବାକୁ ଯାଉଛନ୍ତି । ସୂଚନାଯୋଗ୍ୟ ଯେ, ସୋହେଲ ଓ ସୀମାଙ୍କୁ ଫ୍ୟାମେଲି କୋର୍ଟ ବାହାରେ ଦେଖିବାକୁ ମିଳିଥିଲା । ଏକ ରିପୋର୍ଟ ମୁତାବକ, ସୋହେଲ ଓ ସୀମା ଫ୍ୟାମେଲି କୋର୍ଟରେ ଡିଭୋର୍ସ ଫାଇଲ କରିଛନ୍ତି । ସୂଚନାଯୋଗ୍ୟ, ସୋହେଲ ଖାନ ଓ ସୀମା ଖାନ୍‌ ୧୯୯୮ରେ ବିବାହ କରିଥିଲେ । ତାଙ୍କର ଦୁଇ ସନ୍ତାନ ମଧ୍ୟ ରହିଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ସୋହେଲ ଓ ସୀମା ଅଲଗା ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା ।