ରିଲିଜ୍ ହେଲା ‘ଦମନ’ର ହିନ୍ଦୀ ଟ୍ରେଲର

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ନୂଆ ରେକର୍ଡ଼ ସୃଷ୍ଟି ….

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଥିବା ଚଳଚ୍ଚିତ୍ର ‘ଦମନ’କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ସ୍ଥାନରେ ମୁକ୍ତିଲାଭ କରି ଦର୍ଶକଙ୍କ ଅଜସ୍ର ଭଲପାଇବା ସାଉଁଟିବା ପରେ ଏହାର ହିନ୍ଦୀ ଡବିଂ କରିବାକୁ ଘୋଷଣା କରାଯାଇଥିଲା। ସେବେଠାରୁ ଏହାର ହିନ୍ଦୀ ଟ୍ରେଲରକୁ ଲୋକେ ଅପେକ୍ଷା କରିଥିଲେ। ତେବେ ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ଶୁକ୍ରବାର ରିଲିଜ୍ ହୋଇଛି ‘ଦମନ’ର ହିନ୍ଦୀ ଟ୍ରେଲର। ପାନୋରାମା ଷ୍ଟୁଡିଓଜ୍‌ ‘ଦମନ’ର ଅଫିସିଆଲ୍‌ ଟ୍ରେଲର୍‌କୁ ନିଜ ୟୁଟ୍ୟୁବ୍‌ ପେଜ୍‌ରେ ଅପ୍‌ଲୋଡ଼୍‌ କରିଛି। ଫେବୃୟାରୀ ୩ ତାରିଖରେ ମୁକ୍ତିଲାଭ କରିବ ‘ଦମନ’ର ହିନ୍ଦୀ ଭର୍ସନ।