ରିଲିଜ୍‌ ହେବ ଚଳଚ୍ଚିତ୍ର ‘ମିମି’

ମୁମ୍ବାଇ: ଆସନ୍ତା ଜୁଲାଇ ୩୦ରେ ରିଲିଜ୍‌ ହେବ ଅଭିନେତ୍ରୀ କ୍ରିତି ସାନୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ମିମି’ । କୋଭିଡ୍‌ ମହାମାରୀରେ ଅନେକ ଚଳଚ୍ଚିତ୍ର୍ର ପ୍ରେକ୍ଷାଳୟ ପରିବର୍ତ୍ତ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେଉଛି । ‘ମିମ’ ମଧ୍ୟ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ନେଟଫ୍ଲିକ୍ସ ଓ ଜିଓ ସିନେମାରେ ଦର୍ଶକ ଏହାକୁ ଉପଭୋଗ କରିପାରିବେ । କ୍ରିତି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ପୋଷ୍ଟର ସହ ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି ।