ଅପରାଧ ଦୁନିଆ କବଳରେ ଅଭିନୟ ଜଗତ

କଳା ଜଗତକୁ କବଳିତ କରି ରଖିଛି କଳଙ୍କିତ ଦୁନିଆ । କଳାକୁ କଳଙ୍କିତ କରିବା ପାଇଁ ମଉକା ଖୋଜୁଥାନ୍ତି ଅପରାଧି ଗୋଷ୍ଠୀ । ସମୟ ସମୟରେ ଲୋକପ୍ରିୟତା, ଟଙ୍କା କମାଇବା ଆଶାରେ ବହୁ ଅଭିନେତା ଓ ଅଭିନେତ୍ରୀମାନେ ଅପରାଧ ଦୁନିଆ ସହିତ ଜଡ଼ିତ ଲୋକଙ୍କ ନିକଟବର୍ତୀ ହୋଇଥାନ୍ତି । ତା’ର ପରିଣାମରେ  ବହୁତ ବଦନାମ ମୁଣ୍ଡାଇଥାନ୍ତି ।

ଭାଲେଂଟାଇନ ଅବସରରେ ଅଭିନେତ୍ରୀ ଜ୍ୟାକଲିନଙ୍କ ଆଖିରୁ ବହିଯାଇଛି ତତଲା ଲୁହ । କଥା କ’ଣ ବୁଝିଲା ବେଳକୁ ଦିଲ୍ଲୀର ମଣ୍ଡୋଲି ଜେଲରେ ରହୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କ ନିକଟକୁ ପ୍ରେମପତ୍ର ପଠାଇଥିଲା । ଉକ୍ତ ପ୍ରେମପତ୍ରରେ ସେ ଜ୍ୟାକଲିନଙ୍କୁ ‘ଗୋଲ୍ଡ ଡିଗର’ ବିଷୟ କହିଥିଲା ଯାହା ଶୁଣିବା ମାତ୍ରେ ଜ୍ୟାକଲିନଙ୍କ ପାରା ଚଢ଼ି ଯାଇଥିଲା ।

ସୁକେଶ ଲେଖିଛନ୍ତି, ବେବି, ମୁଁ ତୁମକୁ ବହୁତ ମନେ ପକାଉଛି । ଏଇଟା ଆମର ଦ୍ୱିତୀୟ ଭାଲେଂଟାଇନ୍‌ । ଏଥର ଆମେ ପରସ୍ପରଠାରୁ ବହୁତ ଦୂରରେ । ମାତ୍ର ସବୁବେଳେ ଏପରି ସମୟ ନଥିବ । ଆମକୁ ଚାରିପଟୁ ମାଡ଼ି ବସିଥିବା ନକାରାତ୍ମକ ଶକ୍ତି ଏ ବର୍ଷ ହଟିଯିବ । ଆମେ ପୁଣି ଏକାଠି ହେବା । ଦିନେ ନା ଦିନେ ଆମ ମନକୁ ମନ ମିଶିଯିବ ।