ସଫଳତାର ଦ୍ୱାରଦେଶରେ ମସ୍କଙ୍କ ଚନ୍ଦ୍ର ଅଭିଯାନ

ବିଶିଷ୍ଟ କୋଟପତି ଶିଳ୍ପପତି ଏଲନ ମସ୍କଙ୍କ ଚନ୍ଦ୍ର ଅଭିଯାନ କ୍ରମେ ବାସ୍ତବ ରୂପ ନେଇଛି । ଏଲୋନ ମସ୍କଙ୍କ ସ୍ପେଶଏକ୍ସ ଦ୍ୱାରା ଚନ୍ଦ୍ର ଉଦ୍ଦେଶ୍ୟରେ ପଠା ଯାଇଥିବା ଓଡ଼ିସିୟସ ଲ୍ୟାଣ୍ଡର ଏବେ ଚନ୍ଦ୍ର ନିକଟରୁ ମାତ୍ର କେଇ କିଲୋମିଟର ଦୂରରେ ଅଛି । ଘରୋଇ ସଂସ୍ଥା ପକ୍ଷରୁ ଆରମ୍ଭ ପ୍ରଥମ ମହତ୍ୱାକାଂକ୍ଷୀ ମହାକାଶ ଅଭିଯାନକୁ ସଫଳତା ମିଳିବା ଏକ ସ୍ୱାଗତଯୋଗ୍ୟ ବିଷୟ । ନାସା ସହିତ ହାତ ମିଳାଇ ୧୧୮ ମିଳିୟନ ଡଲାର ବିନିମୟରେ ମସ୍କ ତାଙ୍କର ବହୁ ଅଭିଳଷିତ ଅଭିଯାନକୁ ସଫଳ କରିଛନ୍ତି ।

ବହୁ ଘରୋଇ ସଂଗଠନର ଚନ୍ଦ୍ର ଅଭିଯାନ ଓ ମହାକାଶ ଅଭିଯାନ ଅଧୁରା ରହି ଯାଇଥିଲା । ଚନ୍ଦ୍ରକୁ ନିୟମିତ ଜିନିଷପତ୍ର ପଠାଇବା ମସ୍କଙ୍କ ପ୍ରାଥମିକ ଉଦ୍ଦେଶ୍ୟ । ୨୨ ତାରିଖ ଦିନ ମସ୍କଙ୍କ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଠିକ ଆମ ବିକ୍ରମ ଲ୍ୟାଣ୍ଡର ନିକଟରେ ।