ଧର୍ମ ଓ ସଂସ୍କୃତି: ରାମ ମନ୍ଦିର ଓ କଳ୍କୀ ମନ୍ଦିର ମଧ୍ୟରେ ନିବିଡ଼ ସଂପର୍କ!

ଭାରତ ଇତିହାସରେ ରାମ ମନ୍ଦିର ପରେ ଆଉ ଗୋଟିଏ ଭବ୍ୟ ମନ୍ଦିର ନିର୍ମାଣ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁପିର ସମ୍ଭଲ ଜିଲ୍ଲାରେ କଳ୍ପୀ ଧାମ ମନ୍ଦିରଟିର ଶିଳାନ୍ୟାସ କରିଛନ୍ତି । ଲୋକଙ୍କ ମନରେ ଧାର୍ମିକ ଆସ୍ଥା ମଜଭୁତ ହେଉଛି । ଭଗବାନ କଳ୍ପୀ ଭଗବାନ ବିଷ୍ଣୁଙ୍କର ଦଶମ ଅବତାର ଭାବେ ପରିଚିତ । ପୁରାଣ ମତାନୁସାରେ କଳିଯୁଗ ଶେଷ ଚରଣରେ ଭଗବାନ କଳ୍ପୀ ଅବତାର ଧାରଣ କରି ଧରଣୀକୁ ପାପମୁକ୍ତ କରିବେ । ଖାସ ସେହି କାରଣରୁ ଶ୍ରୀ କଳ୍ପୀ ଧାମ ମନ୍ଦିରର ଗୁରୁତ୍ୱ ବଢ଼ିଯାଇଛି ।

ଅଯୋଧ୍ୟାର ରାମ ମନ୍ଦିର ଭଳି କଳ୍କୀ ଭଗବାନଙ୍କ ମନ୍ଦିର ସୁନ୍ଦର କାରୁକାର୍ଯ୍ୟଖଚିତ ଓ ଆକର୍ଷଣୀୟ ହେବ ।

ମନ୍ଦିରଟିର ଉଚ୍ଚତା ୧୦୮ ଫୁଟ ରହିବ । ମନ୍ଦିରରେ ୬୮ ତୀର୍ଥଙ୍କୁ ପ୍ରତିଷ୍ଠା କରାଯିବ । ମନ୍ଦିର ନିର୍ମାଣ କାର୍ଯ୍ୟରେ ଷ୍ଟିଲ କି ଲୁହା ବ୍ୟବହାର କରାଯିବନି; କେବଳ ପଥର ବ୍ୟବହାର କରାଯିବ ।