କାମଚଳା ଡିଜି ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟକୁ ଜବାବ ମାଗିଲା କେନ୍ଦ୍ର

ଭୁବନେଶ୍ଵର(ସାକ୍‌ସୀ ନ୍ୟୁଜ୍‌): ରାଜ୍ୟରେ ଯୋଗ୍ୟ ଆଇପିଏସ ଅଧିକାରୀ ଥାଉଥାଉ ରାଜ୍ୟ ପୁଲିସକୁ କାମଚଳା ମୁଖିଆ ପରିଚାଳନା କରିବାର ମାନେ କ’ଣ ବୋଲି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ଲୋଡ଼ିଛନ୍ତି କେନ୍ଦ୍ର ସରକାର । ଡିଜି ନିଯୁକ୍ତି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଅବମାନନା କରୁଛି ବୋଲି କେନ୍ଦ୍ରରୁ ଚିଠି ଆସିଛି । ଓଡ଼ିଶା ସମେତ ପ୍ରାୟ ସାତୋଟି ରାଜ୍ୟକୁ ଏଭଳି ଚିଠି ଲେଖିଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ।

ସୂଚନା ମୁତାବକ ଓଡ଼ିଶା, ପଶ୍ଚିମବଙ୍ଗ, ୟୁପି, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଉତରାଖଣ୍ଡରେ ସ୍ଥାୟୀ ଡିଜିପି ନାହାନ୍ତି । ଡିଜି ଅବସର ଗ୍ରହଣ କରିବାର ୬ ମାସ ପୂର୍ବରୁ ନୂତନ ଡିଜି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ଦରକାର । ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ସୁପ୍ରିମକୋର୍ଟ ନାପସନ୍ଦ କରିଛନ୍ତି ।