ଝୁଲିପଡ଼ିଲେ ଘରୋଇ ଇଞ୍ଜିିନିୟରିଂ ଛାତ୍ର

ପୁନାମା ଗେଟ୍‌ ଅଂଚଳରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ଝୁଲନ୍ତା ଅବସ୍ଥାରେ..

ଭୁବନେଶ୍ୱର: ରବିବାର ପୁରୁଣା ଭୁବନେଶ୍ୱର ପୁନାମା ଗେଟ୍‌ ଅଂଚଳରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ମୃତକଙ୍କ ନାମ ସିଦ୍ଧାର୍ଥ ନାୟକ ଓ ତାଙ୍କ ଘର ଜଗତସିଂହପୁର ଜିଲ୍ଲାର ତିର୍ତୋଲ ଅଂଚଳରେ । ଘଟଣାଟି ଲିଙ୍ଗରାଜ ଥାନା ଅଂଚଳରେ ଘଟିଛି ।

ପଡ଼ିଶା ଲୋକ କହିଛନ୍ତି, ଦୀର୍ଘ ସମୟ ଧରି ସିଦ୍ଧାର୍ଥଙ୍କ ଘର କବାଟ ବନ୍ଦ ରହିବାରୁ ଅନେକଙ୍କ ମନରେ ସନ୍ଦେହ ଉପୁଜିଥିଲା । ତେଣୁ ସେମାନେ ଲିଙ୍ଗରାଜ ପୁଲିସ ଷ୍ଟେସନକୁ ଫୋନ୍‌ କରି ଏହି ବିଷୟ ଜଣାଇଥିଲେ ।

ପୁଲିସ ସଂପୃକ୍ତ ଘର ନିକଟରେ ପହଂଚି କବାଟ ଭାଙ୍ଗିଥିଲା । ସିଦ୍ଧାର୍ଥ ଆତ୍ମହତ୍ୟା କରିଛନ୍ତି କି କେହି ତାଙ୍କୁ ହତ୍ୟା କରି ଝୁଲାଇ ଦେଇଛି; ସେ ସମ୍ପର୍କରେ ପୁଲିସ କିଛି କହିପାରିନି । ମୃତ ସିଦ୍ଧାର୍ଥ ଗୋଟିଏ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିଲେ । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ।