କୋଭିଡର ହେବ ଅନ୍ତ !

ଓମିକ୍ରନ ସାରା ବିଶ୍ୱରେ କ୍ଷୀପ୍ର ଗତିରେ ମାଡିଚାଲିଛି । କରୋନା ଭାଇରସର ନୂଆ ଭାରିଆଣ୍ଟ ପ୍ରାୟ ସବୁ ରାଜ୍ୟରେ ହୁ ହୁ ହୋଇ ମାଡିଚାଲିଛି । ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଓମିକ୍ରନର ଲକ୍ଷଣ ଡେଲ୍ଟା ଭାରିଆଣ୍ଟ ଠାରୁ ଟିକେ ହାଲକା ରହିଛି । କିନ୍ତୁ ଏହା ବହୁତ ସ୍ପିଡରେ ମାଡିଚାଲିଛି । ପୂରା ବିଶ୍ୱରେ ଏହି ଭାରିଆଣ୍ଟକୁ ନେଇ ଅଲଗା ଅଲଗା ରିସର୍ଚ୍ଚ କରାଗଲାଣି । କିଛି ରିସର୍ଚ୍ଚରୁ ଜଣାପଡିଛି ଏହା ବହୁତ ଚିନ୍ତାଜନକ ଓ ଉଦବେଗ ଜନକ । ତଥାପି କିଛି ଆଶାର କିରଣ ଦେଖିାଦେଇଛି ।

ଏମଷ୍ଟରାଡାମର ଭାକସିନ ରଣନୀତି ପ୍ରମୁଖ ମାର୍କୋ କୈବଲରୀ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଆମେ ଭୁଲିବା କଥା ନୁହେଁ ଯେ, ଆମେ ଏବେ ଏକ ମହାମାରୀ ସହ ଲଢେଇ କରୁଛୁ । ଏକଥ କେହି ଜାଣିନାହାଁନ୍ତି ଯେ, ଆମେ ଏଥିରୁ କେବେ ମୁକୁଳିବା । କିନ୍ତୁ ଏଥିରୁ ବାହାରିବା ନିଶ୍ଚୟ । ସେ ଆହୁରି କହିଛନ୍ତି ଯ, ଓମିକ୍ରନ ଭାରିଆଣ୍ଟ ମହାମାରୀରୁ ବାହାର କରିବାରେ ସାହାଯ୍ୟ କରିବ ।

କାରଣ କୋଭିଡ -୧୯ ଓମିକ୍ରନ ଭାରିଆଣ୍ଟ କ୍ଷୀପ୍ର ଗତିରେ ମାଡିବାର ବିଶ୍ୱରେ ଏଣ୍ଡେମିକ୍ ଆଡକୁ ବଢିଚାଲିଛି । ଆଉ ଲୋକେ ମଧ୍ୟ ଏହା ସହ ଆରାମରେ ଲହିବାରେ ସକ୍ଷମ ହେଉଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଆମେ ସହଜରେ ଭାରିଆଣ୍ଟକୁ ହରାଇବା ପରେ ମହାମାରୀକୁ ହରାଇପାରିବା । ସେ ଆହୁରି କହିଛନ୍ତି ଯେ ବାରମ୍ୱାର ବୁଷ୍ଟର ଦେବା ମଧ୍ୟ ଠିକ୍ ନୁହେଁ । ତାଙ୍କ ମତରେ ବାରମ୍ୱାର ଟିକା ନେଲେ ହ୍ରାସ ହୋଇଥାଏ ଶରୀରର ଇମ୍ୟୁନିଟି ସିଷ୍ଟମ ।