କେତେ ମାସ ପରେ ବୁଷ୍ଟର ଡୋଜ ନେବେ ଜାଣନ୍ତୁ

ନୂଆଦିଲ୍ଲୀ: କୋଭିଡ-୧୯ ଭାଇରସରୁ ଜଣେ ସୁସ୍ଥ ହେବାର ୩ ମାସ କୋଭିଡ-୧୯ ଟିକା କିମ୍ବା ବୁଷ୍ଟର ଡୋଜ୍‌ ନେଇପାରିବେ ବୋଲି କହିଛନ୍ତି କେନ୍ଦ୍ର ସରକାର । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ଏକ ଚିଠିରେ କହିଛନ୍ତି ଯେ କୋଭିଡରେ ଅସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କୁ ବୁଷ୍ଟର ଡୋଜ ଦିଆଯିବା ସଂର୍ପକରେ ପରାମର୍ଶ ଦେବା ପାଇଁ ବିଭିନ୍ନ ମହଲରୁ ଅନୁରୋଧ କରାଯାଇଛି । ଏହାର ଉତ୍ତର ସେ ଲେଖିଛନ୍ତି, କୋଭିଡରୁ ସୁସ୍ଥ ହେବାର ପ୍ରାୟ ୩ ମାସ ପରେ କୋଭିଡ ଯିକା ବା ବୁଷ୍ଟର ଡୋଜନ ନେଇପାରିବେ ।