କଙ୍ଗନାଙ୍କ ବିରୋଧରେ ହୋଇଥିବା ଆବେଦନ ଖାରଜ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଚାଷୀ ଆନ୍ଦୋଳନ ଓ ଶିଖ ସମୁଦାୟକୁ ନେଇ ଦେଇଥିବା ବିବାଦୀୟ ବୟାନକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାଏର ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । କଙ୍ଗନାଙ୍କ ବୟାନକୁ ନେଇ ଶୁଣାଣିର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି କୋର୍ଟ । ଆବେଦନକାରୀ ଦର୍ଶାଇଥିଲେ ଯେ କଙ୍ଗନା ଚାଷୀ ଆନ୍ଦୋଳନକୁ ଖଲିସ୍ତାନୀ ଆନ୍ଦୋଳନ ସହିତ ଯୋଡି ଶିଖ ସମୁଦାୟକୁ ଅପମାନିତ କରିଛନ୍ତି ।

ଏହି ମାମଲାରେ ସୁପ୍ରିମ୍‌କୋର୍ଟ ଆସିବା ଠିକ ନୁହେଁ ବୋଲି ଗଠିତ ଖଣ୍ଡପୀଠ କହିଛନ୍ତି । ଅନ୍ୟପକ୍ଷରେ ସୋସିଆଲ ମିଡିଆରେ କଙ୍ଗନାଙ୍କ ବୟାନକୁ ନେଇ ଯେତେ ଅଧିକ ବିବାଦ ହେବ ସେଥିରୁ କଙ୍କନାକୁ ସେତିକି ଫାଇଦା ମିଳିବ ବୋଲି କୋର୍ଟ କହିଛନ୍ତି ।