ଜଗତପୁରରେ ପୁଣି ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଜବତ

କଟକ,(ସାକ୍‌ସୀ ନ୍ୟୁଜ୍‌): ଜଗତପୁର ଶିଳ୍ପାଞ୍ଚଳ ଭିତରେ ପୁଣି ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଜବତ ହୋଇଛି । ଏକ କାରଖାନାରେ ମସଲା ଓ ହଳଦୀକୁ ଅପମିଶ୍ରିତ କରାଯାଉଥିବା ନେଇ ଫୁଡ ସ୍କ୍ୱାର୍ଡ ଓ ପୋଲିସ ଚଢାଉ କରି ବିପୁଳ ପରିମାଣରେ ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ ଓ ମସଲା ଜବତ କରିଛି । ଏହି ଚଢଉ ସମୟରେ ଟିମ ପ୍ୟାକିଙ୍ଗ ସାମଗ୍ରୀ, ଯନ୍ତ୍ରାଂଶ ଓ ଲେବେଲ ଆଦି ଜବତ କରିଛନ୍ତି । ସେହିପରି ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନାଯୋଗ୍ୟ କଟକ ଓ ଜଗତପୁରରୁ ଅପମିଶ୍ରିତ ଘିଅ, ଟମାଟୋ ସସ୍‌, ମସଲା, ଗୁଟୁଖା ଆଦି ଚଢଉ ସମୟରେ ଜବତ ହୋଇଛି । ସେହିପରି ପୂର୍ବରୁ ମଧ୍ୟ ଜଗତପୁରରେ ଏକ ନକଲି ସିମେଣ୍ଟ କାରଖାନା ଉପରେ ଚଢଉ କରିଥିଲା ।