ଟ୍ରକ୍‌ ଧକ୍କାରେ ଶାନ୍ତିଲତା ଓଲଟିଲା : ୬ ଜୀବନ ଗଲା

ବାଲେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ସୋର ନିକଟସ୍ଥ ବିଦୁ ଛକରେ ଏକ ଭୟଙ୍କ ସଡକ ଦୁର୍ଘଟଣା ଘଟିଛି । ଟ୍ରକ୍‌ ଧକ୍କାରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ଭିତରେ ଜଣେ ମହିଳା ଓ ଜଣେ ଏକ ବର୍ଷର ଶିଶୁ ଥିବା ଜଣାପଡିବା ସହ ପାଖାପାଖି ୨୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ସୂଚନା ଅନୁଯାୟୀ, ମାଣତ୍ରୀରୁ ଭୁବନେଶ୍ୱର ଭାୟା ଉଦଳା ଯାଉଥିବା ଶାନ୍ତିଲତା ବସ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।