୧୭ କୋଟିରେ ରାହୁଲଙ୍କୁ ରଖିଲା ଟିମ

ନୂଆଦିଲ୍ଲୀ: ରାହୁଲଙ୍କୁ ରେକର୍ଡ ଦରରେ ରଖିଲା ଲକ୍ଷେ୍ନø ଟିମ । ତାଙ୍କୁ ୧୭ କୋଟି ଟଙ୍କାରେ କିଣିଛି । ଆଇପିଏଲ ଇତିହାସରେ ରାହୁଲ ଦ୍ୱିତୀୟ ଖେଳାଳି ଭାବେ ୧୭ କୋଟି ପାଇବେ । ବିରାଟ କୋହଲି ୧୭ କୋଟିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ଚୁକ୍ତି କରିଥିଲେ । ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଆଇପିଏଲରେ ଦୁଇ ନୂଆ ଦଳ ସାମିଲ ହେବେ । ଲକ୍ଷେ୍ନø ଟିମ ଓ ଅହମଦାବାଦ ୩ ଜଣ ଲେଖାଏ ଖେଳାଳିଙ୍କୁ ନିଜ ସହ ସାମିଲ କରିଛନ୍ତି ।

ସେହିପରି ଆସନ୍ତା ମାସରେ ଆଇପିଏଲର-୨୦୨୨ ସଂସ୍କରଣ ପାଇଁ ମେଗା ଅକ୍ସନ ହେବ । ସେହିପରି ରାହୁଲଙ୍କୁ ଲକ୍ଷେ୍ନø ଟିମ ୧୭ କୋଟିରେ ରଖିଥିବାବେଳେ ଷ୍ଟୋଇନିସ ୯.୨ କୋଟି, ବିଷ୍ଣୋଇଙ୍କୁ ୪ କୋଟି ମିଳିବ । ଅନ୍ୟପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରଶିଦ ଖାନଙ୍କୁ ଅହମଦାବାଦ ୧୫ କୋଟି ଟଙ୍କାରେ କିଣିଛି । ଆସନ୍ତା ମାସରେ ହେବାକୁ ଥିବା ମେଗା ଅକ୍ସନରେ ମୋଟ ୧୨୧୪ ଜଣ ଖେଳାଳି ସାମିଲ ହେବେ । ଏମାନଙ୍କ ମଧ୍ୟରେ ୮୯୬ ଜଣ ଭାରତୀୟ ଓ ୩୧୮ ଜଣ ବିଦେଶୀ ଖେଳାଳି ରହିଛନ୍ତି ।