ମା’ ହେଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ସ୍ୱାମୀ ନିକ ଜୋନାସ୍‌ ପିତାମାତା ହୋଇଛନ୍ତି । ‘ସରୋଗେସି’ ଜରିଆରେ ସେ ମା ହୋଇଛନ୍ତି । ଏନେଇ ପ୍ରିୟଙ୍କା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ସରୋଗେଟ୍‌ ଜରିଆରେ ଏକ ସନ୍ତାନ ପାଇଛନ୍ତି । ନିକ୍‌ ମଧ୍ୟ ଏନେଇ ସୂଚନା ଦେଇଛନ୍ତି ।