ମେଷ: ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମପ୍ରତି ବିମୁଖ ହେବେ। ନିଜର ଲୋକ ଓ ବନ୍ଧୁବାନ୍ଧବ ଶତ୍ରୁତା କରିବେ। ମହିଳାମାନେ ଅସ୍ଥିର ମନା ହେବେ। ଘାତବାର ଓ ଘାତଚନ୍ଦ୍ର ହେତୁ ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବ ଓ ପଡ଼ୋଶୀଙ୍କ ସହ ମତାନ୍ତର ଏବଂ ପରିବାରରେ ଅଶାନ୍ତିର ବାତାବରଣ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ମନରେ ଅସ୍ଥିରତା ଓ ବିରକ୍ତି ଭାବପ୍ରକାଶ ପାଇବ।
ବୃଷ: ଆୟ ଅପେକ୍ଷାବ୍ୟୟ ଅଧିକ ରହିବ। କୁସଙ୍ଗ, ବଦ୍ଭ୍ୟାସ ଓ ଅନୁଚିତ କର୍ମରେ ଅଧିକ ସମୟ ଦେବେ। ସମସ୍ତ କର୍ମରେ ବ୍ୟତିକ୍ରମ ଓ ସମୟାନୁ ବର୍ତ୍ତିତାର ଅଭାବ ରହିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସତର୍କ ହେବେ।
ମିଥୁନ: ଯେଉଁମାନଙ୍କର ଆର୍ଦ୍ରା ମିଥୁନ ସେମାନେ ସୁଫଳ ପାଇବେ। ଆୟର ମାର୍ଗ ଅତି ଉତ୍ତମ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମନରେ ଉନ୍ନତ ଚିନ୍ତାଧାରା ଓ ଉଚ୍ଚ ଭିଳାଷ ରହିବ ଏବଂ ଦେହ ମନ ସୁସ୍ଥ ରହିବ। ଅର୍ଜିତ ଧନକୁ ଉନ୍ନତି ମୂଳକ କର୍ମରେ ବିନିଯୋଗ କରିବେ।
କର୍କଟ: ଆତ୍ମସନ୍ତୋଷ, ପରିବାରରେ ସୁଖଶାନ୍ତି ଏବଂ ଶରୀର ସୁସ୍ଥ ରହିବ। ମନରେ ସତ୍ଚିନ୍ତା, ସତ୍ଭାବନା ପ୍ରକାଶ ପାଇବ ଏବଂ ସତ୍କର୍ମ ପ୍ରତି ଅଧିକ ଆଗ୍ରହ ରହିବ। ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ସୁଫଳ ପାଇବେ। ଅନୁଚିତ୍ କର୍ମରୁ ବିଚ୍ୟୁତ ହୋଇ ସତ୍କର୍ମ ପ୍ରତି ଅଧିକ ଆଗ୍ରହ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଧ୍ୟାନ ଦେବେ।
ସିଂହ: ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଜନ ସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ଉଚ୍ଚ ସମ୍ମାନ ଓ ଉଚ୍ଚ ପଦବୀ ମିଳିବ। । ନୂତନ ବ୍ୟବସାୟ ପାଇଁ ଉଦ୍ୟମ ଜାରି ରଖିବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଉଚ୍ଚମନା ହେବେ। ମହିଳାମାନେ ଉଚ୍ଚ ପ୍ରଶଂସିତ ହେବେ।
କନ୍ୟା: ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରୁ ବିଚ୍ୟୁତ ହେବେ। ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ। ଅଷ୍ଟମ ଚନ୍ଦ୍ର ହେତୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଏବଂ ଶାରୀରିକ ପୀଡ଼ା ଭୋଗିବେ। ଚାଲିଚଳନ, ବ୍ୟବହାର ବିବାଦୀୟ ହେବ ଏବଂ ମନରେ ଅସ୍ଥିରତା ଓ ବିରକ୍ତି ଭାବ ପ୍ରକାଶ ପାଇବ।
ତୁଳା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଶାନ୍ତି ଓ ମୈତ୍ରୀର ଭାବ ପ୍ରତିଷ୍ଠା ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ମଉଜ, ମଜଲିସରେ ମନ ଦେବେ। ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ।
ବିଛା: ଶତ୍ରୁମାନେ ବଶୀଭୂତ ହେବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ମନରେ ପ୍ରସନ୍ନତା ଓ ଆତ୍ମ ସନ୍ତୋଷ ରହିବ। ଷଷ୍ଠଚନ୍ଦ୍ର ହେତୁ ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ ଏବଂ ଶରୀର ସୁସ୍ଥ ରହିବ। ଯେଉଁମାନଙ୍କର ଅନୁରାଧା ବିଛା ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଉଚ୍ଚମନା ହେବେ।
ଧନୁ: କ୍ରୀଡ଼ାବିତ୍ କର୍ମରେ ଧ୍ୟାନ ଦେବେ।ମହିଳାମାନେ ଆତ୍ମ ସନ୍ତୋଷ ଲାଭ କରିବେ। ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ନୂତନ ବିଦ୍ୟା ଓ କଳା ସଂସ୍କୃତି ପ୍ରତି ଅଧିକ ଆଗ୍ରହ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ ।
ସନ୍ତାନମାନେ ଆଜ୍ଞାଧୀନ ହେବେ ଏବଂ ତାଙ୍କ କର୍ମକୁ ନେଇ ଗର୍ବ ଅନୁଭବ କରିବେ ଓ ପିତାମାତାଙ୍କ କୃପାଲାଭ କରିବେ। ଦେହ, ମନ ସୁସ୍ଥ ରହିବ।
ମକର: ଯେଉଁମାନଙ୍କର ଧନିଷ୍ଠା ମକର ସେମାନେ ସତର୍କ ହେବେ। ସ୍ୱଜନ, ପ୍ରିୟଜନ, ବନ୍ଧୁବାନ୍ଧବ ଓ ପଡ଼ୋଶୀଙ୍କ ସହ ବିବାଦ ଏବଂ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟିହେବ। ମୂଲ୍ୟବାନ ପଦାର୍ଥ ନଷ୍ଟ, ଯାନ ବାହନରେ ଖର୍ଚ୍ଚାନ୍ତ ଏବଂ ଆର୍ଥିକ କ୍ଷତି ଘଟିପାରେ। ବାଣିଜ୍ୟ, ବ୍ୟବସାୟରେ ସ୍ୱଳ୍ପ ଆୟ ଏବଂ ପରିବହନରେ କ୍ଷତି ପହଞ୍ଚିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମ ପ୍ରତି ବିମୁଖ ହେବ।
କୁମ୍ଭ : ନୂତନ ବ୍ୟବସାୟର ସୁଯୋଗ ଜୁଟିବ କିମ୍ବା ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ ଜାରି ରଖିବେ । ଯେଉଁମାନଙ୍କରଶତଭିଷା କୁମ୍ଭ ସେମାନେ ସୁଫଳ ପାଇବେ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଉଦ୍ଯୋଗ କରିବେ। ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି ଏବଂ ଦେହ, ମନ ସୁସ୍ଥ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ।
ମୀନ: ଆର୍ଥିକ ସ୍ଥିତିରେ ଉନ୍ନତି ଫେରିପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସଙ୍କଟ ଦୂର ହେବ। ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଅସ୍ଥିରତା ପ୍ରକାଶ ପାଇବ। ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିର ମନା ହେବେ।ମହିଳା ମାନେ ସଞ୍ଚୟ କରିବାରେ ରୁଚି ରଖିବେ।