ଏଣିକି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ କରୋନା ସମ୍ବନ୍ଧିତ ସମସ୍ତ କଟକଣାକୁ ହଟାଇ ଦିଆଯାଇଛି । ମହାରାଷ୍ଟ୍ର ସରକାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିସହିତ ମହାରାଷ୍ଟ୍ରରେ ମାସ୍କ ପିନ୍ଧିବା ବି ବାଧ୍ୟତାମୂଳକ ନୁହେଁ । ଏହା ଲୋକଙ୍କ ଇଚ୍ଛା ଉପରେ ନିର୍ଭର ।

ଉଦ୍ଧବ ସରକାରଙ୍କ ଏହି ନିଷ୍ପତ୍ତି ପରେ ମହାରାଷ୍ଟ୍ର ଦେଶର ପ୍ରଥମ ରାଜ୍ୟ ଯିଏକି ମାସ୍କକୁ ଲୋକଙ୍କ ପାଇଁ ବିକଳ୍ପ କରିଦେଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ରିପୋର୍ଟ ମୁତାବକ ମହାରାଷ୍ଟ୍ର ସରକାର ରାଜ୍ୟରେ ମହାମାରୀ ଧାରା ଓ ବିପର୍ଯ୍ୟୟ ପରିଚାଳନା ଧାରା ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ।