ଆଲିଆଙ୍କ ପାଇଁ ପୁରା ସିନେମା ହଲ ବୁକ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗାଙ୍ଗୁବାଇ କାଠିଆବାଡି’ ପାଇଁ ପୁରା ସିନେମା ହଲ ବୁକ କଲେ ପାକିସ୍ତାନୀ ଅଭିନେତା । ପରଦାରେ ମୁମ୍ବାଇର ମାଫିଆ ରାଣୀ ଭୂମିକାରେ ଅଭିନୟ କରି ଆଲିଆ ଅଭିନୟରେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି । ତେବେ ଆଲିଆଙ୍କ ଏହି ଫିଲ୍ମ ଦେଖିବା ପାଇଁ ଜଣେ ପାକିସ୍ତାନୀ ଅଭିନେତା ପୁରା ସିନେମା ହଲ ବୁକ କରିଥିବା ଜଣାପଡିଛି ।

ସୂଚନା ମୁତାବକ ମୁନିବ ବଟଙ୍କ ପତ୍ନୀ ତଥା ଅଭିନେତ୍ରୀ ଅଇମାନ ଖାନ ଆଲିଆ ଭଟ୍ଟଙ୍କ ଜଣେ ବଡ ପ୍ରଶଂସକ । ଏଥିପାଇଁ ପତ୍ନୀଙ୍କୁ ଖୁସି କରିବାକୁ ମୁନିବ ପଭରା ସିନେମା ହଲକୁ ବୁକ କରିଥିବା ଜଣାପଡିଛି ।