ରୁଷ ତୈଳ ଡିପୋରେ ୟୁକ୍ରେନର ଏୟାରଷ୍ଟ୍ରାଇକ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନା ନେଉନାହିଁ । ରୁଷ ସୈନିକଙ୍କ ମିସାଇଲ ମାଡରେ ୟୁକ୍ରେନର ବଡ ବଡ ସହର ଛାରଖାର ହେବା ସହ ଅନେକ ଧନଜୀବନ ନଷ୍ଟ ହୋଇଯାଇଛି । ଏହା ମଧ୍ୟରେ ରୁଷକୁ ମୁହଁତୋଡ ଜବାବ ଦେଇଛି ୟୁକ୍ରେନ ସୈନ ।

ସେହିପରି ରୁଷ ସୀମାରେ ପସିି ୟୁକ୍ରେନ ପ୍ରଥମଥର ପାଇଁ ଏକ ଦୈଳ ଡିପୋରେ ଏୟାରଷ୍ଟ୍ରାଇକ କରିଛି । ଏହି ଆକ୍ରମଣ ଯୋଗୁ ଡିପୋରେ କାମ କରୁଥିବା ୨ଜଣ ଶ୍ରମିକ ଆହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା କେବଳ ରୁଷ ହିଁ ୟୁକ୍ରେନ ସୀମାରେ ପଶି ଆକ୍ରମଣ କରୁଥିଲା । ଏବେ କିନ୍ତୁ ୟୁକ୍ରେନ ରୁଷ ସୀମାରେ ପଶି ଆକ୍ରମଣ କରିଛି ।