କେନ୍ଦୁଝର ସରକାରୀ ମେଡିକାଲ କଲେଜରେ 100 MBBS Seats

ନ୍ୟାସନାଲ୍ ମେଡିକାଲ୍‌ କମିସନ୍‌….

କେନ୍ଦୁଝର: କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍ ସିଟ୍‌ ପାଇଁ ରାଷ୍ଟ୍ରୀୟ ଆୟୁର୍ବିଜ୍ଞାନ ଆୟୋଗ (ନ୍ୟାସନାଲ୍ ମେଡିକାଲ୍‌ କମିସନ୍‌) ଅନୁମୋଦନ ଦେଇଛନ୍ତି । ଏ ନେଇ କମିସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ମେଡିକାଲ କଲେଜ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ନେଇ ରାଜ୍ୟ ସରକାରଙ୍କ ଲକ୍ଷ୍ୟକୁ ପୂରା କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ଆରମ୍ଭ ହେବ । ଏଥି ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି ।

ଏମ୍‌ଏସ୍‌ସିବିଡି ବାରିଦା ଅଧୀନରେ କେନ୍ଦୁଝର ସରକାରୀ ମେଡିକାଲ କଲେଜ ପରିଚାଳିତ ହେବ କେନ୍ଦୁଝର ଜିଲ୍ଲାପାଳ ଏନେଇ ଟୁଇଟ୍ କରିଛନ୍ତି । କେନ୍ଦୁଝରରେ ନବନିର୍ମିତ ସରକାରୀ ଭେଷଜ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷଠାରୁ ନାମଲେଖା ଆରମ୍ଭ ହେବ । ଏଥିପାଇଁ ନିକଟରେ ଜାତୀୟ ମେଡିକାଲ କମିସନ (ଏନ୍‌ଏମ୍‌ସି)ଙ୍କ ଏକ ଟିମ୍ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଭେଷଜ ମହାବିଦ୍ୟାଳୟର ଭିତ୍ତିଭୂମି ଯାଞ୍ଚ କରିବା ସହିତ ନିଯୁକ୍ତ ହୋଇଥିବା ଡାକ୍ତରଙ୍କ ସ୍ଥିତି ତଥା ଆନୁସଙ୍ଗିକ ଯନ୍ତ୍ରପାତିର ଯାଞ୍ଚ କରି ମୂଲ୍ୟାୟନ କରିଥିଲେ ।

ଏହି କଥା ଜଣାପଡିବା ପରେ ଜିଲ୍ଲାରେ ଆନନ୍ଦ ଲହରୀ ଖେଳିଯାଇଛି । ବହୁ ପ୍ରତିକ୍ଷୀତ ସରକାରୀ ମେଡିକାଲ କଲେଜ କାମ ଦ୍ରୁତ ଗତିରେ
ଚଳିଥିବାବେଳେ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାବେଳେ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଅ ।ଣିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରେ ଏହା ନିର୍ମାଣ ହୋଇଛି ।