ମେ ରେ ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳାଫଳ

ଭୁବନେଶ୍ୱର : ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ପରୀକ୍ଷା ଫଳାଫଳ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ରାମାଶିଷ ହାଜରା । ପରୀକ୍ଷାର୍ଥୀଙ୍କ ମୂଲ୍ୟାଙ୍କନରେ କୌଣସି ତ୍ରୂଟି ହେବ ନାହିଁ । ସୋସିଆଲ ସାଇନ୍ସରେ ତ୍ରୁଟି ଥିଲା । ତ୍ରୁଟି ଶୂନ୍ୟ ମୂଲ୍ୟାଙ୍କନ ପାଇଁ ଚେଷ୍ଟା କରୁଛୁ । ତ୍ରୁଟି ଶୂନ୍ୟ ଫଳାଫଳ ପ୍ରକାଶ ନେଇ ସୂଚନା ଦେଇଛନ୍ତି । ମେ ଶେଷ ସୁଦ୍ଧା ପ୍ରକାଶ ପାଇବ ମ୍ୟାଟ୍ରିକ୍ ପରୀକ୍ଷା ରେଜଲ୍ଟ । ପୂର୍ବ ବର୍ଷ ଭଳି ଏବର୍ଷ ଯେଭଳି ରେଜଲ୍ଟ ତ୍ରୁଟିପୂର୍ଣ୍ଣ ନ ହେବ ସେଥିପ୍ରତି ବିଶେଷ ସତର୍କତା ଅବଲମ୍ବନ କରାଯାଉଛି ବୋଲି କୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।