ଆଜିଠୁ ଖୋଲିଲା ସ୍କୁଲ,ଦିନ ୧୧ଟା ପର୍ଯ୍ୟନ୍ତ ପାଠପଢ଼ା

ଭୁବନେଶ୍ୱର: ଆଜିଠୁ ପୁଣି ସ୍ୱାଭାବିକ ହେଲା ସ୍କୁଲ୍। ଗ୍ରୀଷ୍ମପ୍ରବାହ ଯୋଗୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିବା ପରେ ଆଜିଠୁ ପୁଣି ଥରେ ଖୋଲିଛି। ସକାଳ ସାଢ଼େ ୬ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ କ୍ଲାସ୍ ହେବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଙ୍କର ସକାଳୁଆ ହେବା ନେଇ ଏଥିପାଇଁ ଆଜି ସ୍କୁଲ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।  ଏହାସହ ବିଦ୍ୟାଳୟ ଗୁଡିକରେ ପାନୀୟ ଜଳ ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୧୬ ତାରିଖ ଯାଏଁ ହୋଇଥିଲା ଛୁଟି ଘୋଷଣା।