ଇଲିଟି ଫାଉଣ୍ଡେସନ ଶିଶୁ ଶିକ୍ଷାନୁଷ୍ଠାନର ୧୦ମ ଗ୍ରୀଷ୍ମ ଶିବିର ଉଡାନ ୨୦୨୪

ଭୁବନେଶ୍ୱର ମହାନଗର ଟଙ୍କପାଣି ସ୍ଥିତ ପାଣ୍ଡବନଗର RP – ୩୫ ଓ RP -୧୫ ରେ ଥିବା ଇଲିଟି ଓୟାଣ୍ଡର ଇୟାର ଓ ହେଲୋକିଡ୍ସ ଖେଳ ବିଦ୍ୟାଳୟରେ ଶିଶୁମାନଙ୍କର ଗ୍ରୀଷ୍ମ ଶିବିର ଉଡାଣ – ୨ ଅନୁଷ୍ଠିତ ହୋଇଯାଇଛି। ଏହା ମେ ୧ ତାରିଖ ଠାରୁ ୨୬ତାରିଖ ପର୍ଯ୍ୟନ୍ତ ଚାଲି ଥିଲା । ଏହି ଶିବିରକୁ ନେଇ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଲାମାନଙ୍କ ମନରେ ବହୁ ଆଗ୍ରହ ଓ ଉନ୍ମାଦନା ଆମେ ଦେଖିବାକୁ ପାଇଥିଲୁ।

ଏହି ଶିବିରରେ ବହୁ ସ୍କୁଲର ପିଲାମାନେ ଯୋଗ ଦେଇଥିଲେ।ସାଇ ଇଣ୍ଟର ନାସନାଲ, ଡିଏଭି ପବ୍ଲିକ ସ୍କୁଲ, ଜାବୀୟର୍ସ ଓ ବିଜେଇମ୍ ସ୍କୁଲ ପିଲାମାନେ ଯୋଗ ଦେଇଥିଲେ ।

ଏହି କ୍ୟାମ୍ପରେ ପିଲାମାନଙ୍କୁ ନୃତ୍ୟ, ସଙ୍ଗୀତ, ଯୋଗ, ଶ୍ଳୋକ, ମଂତ୍ର, ଚିତ୍ରାଙ୍କନ, ହସ୍ତକଳା,ସ୍କେଟିଂ, ସନ୍ତରଣ, ଡ୍ରାମା, ପବ୍ଲିକ୍ ସ୍ପିକିଙ୍ଗ ଓ ଫାୟାର ଫ୍ରି କୁକିଙ୍ଗ ପ୍ରଭୁତି ବିଭିନ୍ନ ପ୍ରକାର ଶିକ୍ଷା ପ୍ରଦାନ କରାଯାଇଥିଲା ।

ଏହିସବୁ କ୍ଷେତ୍ରରେ ପିଲାମାନଙ୍କର ଶାରୀରିକ ଓ ମାନସିକ କ୍ଷେତ୍ରରେ ବହୁ ଉନ୍ନତି ହୋଇଅଛି ବୋଲି ଅଭିଭାବକ ମାନଙ୍କର ମତାମତ ଆମେ ପାଇ ପାରିଛୁ । ବିଦ୍ୟାଳୟର ଅଧିଷ୍ଠାତ୍ରୀ ଶ୍ରୀମତୀ ଯସ୍ମୀନ କର ମ୍ୟାମଙ୍କ ସହଯୋଗ ସମସ୍ତ ଶିକ୍ଷୟିତ୍ରୀ ଓ ଦିଦି ମାନଙ୍କ ସହଯୋଗରେ ଏହି ଗ୍ରୀଷ୍ମ ଶିବିରକୁ ଅତି ସୁନ୍ଦର ଭାବରେ ପରିଚାଳନା କରାଯାଇଥିଲା। ୨୭ ମେରେ ଭଞ୍ଜକଳା ମଣ୍ଡପଠାରେ ଉଡାଣ – ୨ ଗ୍ରୀଷ୍ମ ଶିବିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।