କଳା ଜିରାର ୭ଟି ବଡ଼ ଫାଇଦା

ଆଜିକାଲି ସବୁ ବର୍ଗର ଲୋକ ସୁସ୍ଥ ଏବଂ ଫିଟ ରହିବାକୁ ଚେଷ୍ଟା କରୁଛନ୍ତି। ଏଥିଲାଗି ପ୍ରତିଦିନ ଯୋଗ, ବ୍ୟାୟାମ, ଏକ୍ସରସାଇଜ, ପ୍ରାତଃ ଭ୍ରମଣ ଆଦି କରିଥାନ୍ତି। ତେବେ ବହୁ ଲୋକ ବ୍ୟସ୍ତ ଜୀବନଶୈଳୀରୁ ଟାଇମ୍ ବାହାର କରି ଜିମ୍ ଯିବାକୁ ସମୟ ପାଇ ନ ଥାନ୍ତି। ଆଜି ଆମେ ଆପଣଙ୍କ ରୋଷେଇ ଘରେ ଥିବା ଏକ ଜିନିଷ ବ୍ୟବହାର କରି କିପରି ଫିଟ୍ ରହିବେ ସେ ବିଷୟରେ କହିବୁ।

ଆପଣଙ୍କ ରୋଷେଇ ଘରେ ଖାଦ୍ୟରେ କଳା ଜିରା ବ୍ୟବହାର କରୁଥିବେ। ଆପଣ କ’ଣ ଜାଣିଛନ୍ତି କି, ଏହି କଳା ଜିରା ମଧ୍ୟ ଅନେକ ସମସ୍ୟାକୁ ଭଲ କରିଥାଏ। ଜାଣି ରଖନ୍ତୁ ଏହି ଛୋଟ କଳା ଜିରାର ବଡ଼ ଫାଇଦା ବିଷୟରେ। ମୁଣ୍ଡ ବିନ୍ଧା ଏବଂ ଦାନ୍ତ ବିନ୍ଧାରୁ ଉପସମ ଦିଏ ଆପଣ ଦିନସାରା କାମ କରି ଥକି ଯିବା ଫଳରେ ଯଦି ମୁଣ୍ଡ ବିନ୍ଧା ହେଉଛି । ତାହାଲେ ଆପଣ କଳା ଜିରାର ତେଲ ମୁଣ୍ଡରେ ଲଗାନ୍ତୁ।

ସେହିପରି ଆପଣଙ୍କର ଯଦି ଦାନ୍ତ ବିନ୍ଧା ହେଉଛି ତାହାଲେ ମଧ୍ୟ ଆପଣ କଳା ଜିରାକୁ ବ୍ୟବହାର କରି ଏଥିରୁ ମୁକ୍ତି ପାଇ ପାରିବେ। ଆପଣ ଗରମ ପାଣିରେ କଳା ଜିରା ତେଲର କିଛି ବୁନ୍ଦା ପକାଇ ସେହି ପାଣିକୁ କୁଳି କରନ୍ତୁ। ଏହା ଆପଣଙ୍କୁ ଦାନ୍ତ ସମସ୍ୟାରୁ ଆରାମ ଦେବ। କଳା ଜିରା ଆମର ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ। ଡାଇରିଆ, ଏସିଡିଟି, ପେଟ ଦରଜ, ପେଟ କାଟିବା ଇତ୍ୟାଦି ସମସ୍ୟା ହେଲେ କଳା ଜିରା ଖାଆନ୍ତୁ।