‘ଦାର୍ସି’ ପକ୍ଷରୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ପାଳିତ

DARCEE-Demontration And Research Center For Early Education

ରାଧାନାଥ ରଥ ସେଂଟର ଫର୍‌ ୟର୍ଲି ଚାଇଲ୍‌ହୁଡ୍‌ ଏଜୁକେସନ୍‌…

ଭୁବନେଶ୍ୱର,(ସା କ୍ ସୀ ନ୍ୟୁଜ୍): ରାଧାନାଥ ରଥ ସେଂଟର ଫର୍‌ ୟର୍ଲି ଚାଇଲ୍‌ହୁଡ୍‌ ଏଜୁକେସନ୍‌ (ଦାର୍ସି) ପକ୍ଷରୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତାଟି ୧୪ ତାରିଖରେ ଉଦ୍‌ଯାପିତ ହୋଇଥିଲା । କୁନିକୁନି ପିଲାମାନଙ୍କର ଅନ୍ତନିର୍ହିତ ଗୁଣର ବିକାଶ ପାଇଁ ଉନ୍ନତ ମାନର ଶିକ୍ଷା ସହିତ କ୍ରୀଡ଼ା, ନାଚ, ଗୀତ, ଖେଳକୁଦ, ଯୋଗାଭ୍ୟାସ, ବ୍ୟାୟାମ ଭଳି ସ୍ୱାସ୍ଥ୍ୟ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ବିଶିଷ୍ଟ ବକ୍ତାମାନେ ମତାମତ ପୋଷଣ କରିଛନ୍ତି ।

DARCEE2023

କ୍ରୀଡ଼ା ପ୍ରତିଯୋଗିତାର ପ୍ରଥମ ଦିନ (୧୦ ଜାନୁଆରୀ) ତିନୋଟି ଗୋଷ୍ଠୀରେ ବିଭାଜିତ ପିଲାଙ୍କ ଭିତରେ ଫ୍ରଗ୍‌ ଜମ୍ପ, ରାବିଟ୍‌ ଜମ୍ପ, ବ୍ରିଡ୍‌ ଷ୍ଟ୍ରିଙ୍ଗିଙ୍ଗ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିନ (୧୧ ଜାନୁଆରୀ) ମେମୋରୀ ଗେମ୍ସ, ବ୍ଲକ୍‌ ବିଲଡିଂ ଓ ପୁଟ୍‌ ଅନ୍‌ ଦି ସକ୍ସ ଅନୁଷ୍ଠିତ ହୋଇଥିଲା । ତୃତୀୟ ଦିନ (୧୨ ଜାନୁଆରୀ) ତିନିଚକିଆ ସାଇକେଲ ରେସ୍‌, କଲେକ୍ସନ୍‌ ରେସ୍‌, ଫିଗର କପି ଅନୁଷ୍ଠିତ ହୋଇଥିଲା । ଚତୁର୍ଥ ତଥା ଅନ୍ତିମ ଦିନ (୧୩ ଜାନୁଆରୀ) ପିଲାଙ୍କ ଭିତରେ ମ୍ୟୁଜିକ୍‌ ଚେୟାର, ମା’ମାନଙ୍କୁ ନେଇ ମ୍ୟୁଜିକାଲ୍‌ ଚେୟାର ଓ ବାପାମାନଙ୍କୁ ନେଇ ମ୍ୟୁଜିକ୍‌ ଚେୟାର ଅନୁଷ୍ଠିତ ହୋଇଥିଲା ।

ଜାନୁଆରୀ ୧୦-୧୩ ସକାଳ ସାଢେ଼ ଆଠଟାରୁ ସାଢେ଼ ଦଶଟା ପର୍ଯ୍ୟନ୍ତ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ଶେଷଦିନ ସାଢେ଼ ୧୧ ଟାରେ ପୁରସ୍କାର ବିତରଣ କରାଯାଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ୱ ବିଭାଗର ମୁଖ୍ୟ ଡ଼ଃ ଭାସ୍ଵତୀ ପଟନାୟକ ଯୋଗଦାନ କରି କୁନିକୁନି କ୍ରୀଡ଼ା ପ୍ରତିଭାଧରଙ୍କୁ ପୁରସ୍କୃତ କରିଥିଲେ ।

DARCEE

ବାର୍ଷିକ କ୍ରୀଡା ଉତ୍ସବ ପରିଚାଳନା କରିଥିଲେ ସୁଶ୍ରୀ ଉର୍ମି, ସୁଶ୍ରୀ ପ୍ରଶାନ୍ତି, ସୁଶ୍ରୀ ଆଶା, ପ୍ରତିମା ମାଉସୀ ଓ ଯୁଦ୍ଧିଷ୍ଟ୍ରିର। ଦେଖନ୍ତୁ କ୍ରୀଡା ପ୍ରତିଯୋଗିତାର କିଛି ଝଲକ :