ଆମ ଜାଣିବାରେ ପୃଥିବୀରେ ୫ଟି ମହାସାଗର ରହିଛି । ପ୍ରଶାନ୍ତ ମହାସାଗର, ଆଟଲାଂଟିକ, ଭାରତ, ଆର୍କଟିକ୍ ଓ ଆଂଟାର୍କଟିକା । ନିକଟରେ ବୈଜ୍ଞାନିକମାନେ ଆଉ ଗୋଟିଏ ସମୁଦ୍ର ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ।
ପୃଥିବୀ ଗର୍ଭ ଭିତରକୁ ପ୍ରାୟ ୭୦୦ କିଲୋମିଟର ତଳେ ଏକ ବିରାଟ ଜଳଭଣ୍ଡାର ଠାବ କରାଯାଇଛି । ଇଲିନୋଇସ୍ ଅନ୍ତର୍ଗତ ଇଭାନ୍ଷ୍ଟୋନ୍ରେ ଅବସ୍ଥିତ ନର୍ଥୱେଷ୍ଟନ୍ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହି ତଥ୍ୟ ପ୍ରଦାନ କରିଛନ୍ତି ।
ସଂପୃକ୍ତ ଜଳଭଣ୍ଡାର ଯେକୌଣସି ମହାସାଗର ଆକାରଠାରୁ ସାନ ନୁହେଁ । ନୂତନ ସମୁଦ୍ରଟି ଆଫ୍ରିକା ମହାଦେଶର ଦକ୍ଷିଣ-ପୂର୍ବ ଅଂଚଳରେ ରହିଛି । ସଂପୃକ୍ତ ଅଂଚଳଟି ଦୁଇଟି ଟେକ୍ଟୋନିକ୍ ପ୍ଲେଟ୍ ଉପରେ ରହିଛି । ଦୁଇଟି ବିରାଟକାୟ ଟେକ୍ଟୋନିକ୍ ପ୍ଲେଟ୍ ମଝିରେ ଜଳଭଣ୍ଡାର ରହିଛି । ପ୍ଲେଟ ଉପରେ ବିରାଟ ବିରାଟ ପାହାଡ଼ ପର୍ବତ, ଦ୍ୱୀପପୁଞ୍ଜ ଓ ମହାସାଗର ରହିଛି । ଦୁଇଟି ପ୍ଲେଟ୍ ପରସ୍ପରଠାରୁ ଦୂରେଇ ଯାଉଛି ।
ରିପୋର୍ଟରୁ ଜଣାପଡେ଼, ଆଫ୍ରିକା ମହାଦେଶ ତଳେ ରହିଥିବା ଟେକ୍ଟୋନିକ୍ ପ୍ଲେଟ ପ୍ରାୟ ୨୨ ନିୟୁତ ବର୍ଷ ତଳୁ ଫାଟିବା ଆରମ୍ଭ କରିଛି । ତେବେ ବୈଜ୍ଞାନିକମାନେ ୨୦୦୫ରେ ଉକ୍ତ ଫାଟକୁ ଠାବ କରିଥିଲେ । ଇତିମଧ୍ୟରେ ଉକ୍ତ ଫାଟଟି ପ୍ରାୟ ୩୫ ମାଇଲ ଲମ୍ବ ବିଶିଷ୍ଟ ହୋଇଗଲାଣି ।
ସୂଚନା ମୁତାବକ, ସୋମାଲି ପ୍ଲେଟ୍ ଓ ନ୍ୟୁବିୟାନ୍ ପ୍ଲେଟ୍ ଉପରେ ଆଫ୍ରିକା ମହାଦେଶ ରହିଛି । ଏହି ଦୁଇଟି ପ୍ଲେଟ୍ ପରସ୍ପରଠାରୁ ଦୂରେଇବା ଆରମ୍ଭ କରିଛି । ପ୍ରତିବର୍ଷ ଦୁଇଟି ପ୍ଲେଟ ମଧ୍ୟରେ ୦.୨ ମିଲି ଦୂରତା ସୃଷ୍ଟି ହେଉଛି । ଉକ୍ତ ଧାରା ଅବ୍ୟାହତ ରହିଲେ, ଜାମ୍ବିଆ ଓ ଉଗାଣ୍ଡାକୁ ସମୁଦ୍ର ତଟ ମିଳିଯିବ । ଅବଶ୍ୟ ତା’ ଭିତରେ ନିୟୁତ ନିୟୁତ ବର୍ଷ ଲାଗିଯିବ ।