କଡ଼ା ସୁରକ୍ଷା ଭିତରେ ଭୁବନେଶ୍ୱର ପହଂଚିଲା ଇଭିଏମ୍

ଭୁବନେଶ୍ୱର: ସାଧାରଣ ନିର୍ବାଚନ ୨୦୨୪ ପାଇଁ କଡ଼ା ସୁରକ୍ଷା ବଳୟ ଭିତରେ ଇଭିଏମ୍‌ ବକ୍ସଗୁଡ଼ିକ ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗରୁମରେ ପହଂଚିଛି । ଇଭିଏମ୍‌ ଗୁଡ଼ିକ ଭୁବନେଶ୍ୱର ଲୋକସଭା କ୍ଷେତ୍ର ସମେତ ଜଟଣୀ, ଉତର, କେନ୍ଦ୍ର, ଏକାମ୍ର ଓ ଜୟଦେବ ବିଧାନସଭା ଆସନଗୁଡ଼ିକରେ ନିୟୋଜିତ କରାଯିବ । ସୂଚନା ମୁତାବକ, ୨୩୩୨ ଇଭିଏମ ବିଜେବି କଲେଜ ଷ୍ଟ୍ରଙ୍ଗ୍‌ ରୁମରେ ରହିଛି ।

ବୁଧବାର ଇଭିଏମଗୁଡ଼ିକ ବିଜେବି କଲେଜରେ ପହଂଚିବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିିବ ଏକ କର୍ମଶାଳାର ଆୟୋଜନ କରିଛନ୍ତି । ଉକ୍ତ କର୍ମଶାଳାରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳମାନେ ଯୋଗଦାନ କରିଛନ୍ତି ।