Besan : ଗୋଟିଏ ପାତ୍ରରେ ତିନି ଚାରି ଚାମଚ ବେସନ ନିଅନ୍ତୁ । ସେଥିରେ ପାଣି ପକାଇ ଗୋଳେଇ ଦିଅନ୍ତୁ । ଏବେ ସେହି ମିଶ୍ରଣରେ ହାଇଡ୍ରୋକ୍ଲୋରିକ୍ ଏସିଡ୍ରୁ ଗୋଟିଏ ଅବା ଦୁଇ ଚାମଚ ପକାଇ ଦିଅନ୍ତୁ । କିଛି ସମୟ ଅପେକ୍ଷା କରନ୍ତୁ, ଅପମିଶ୍ରିତ ବେସନର ରଙ୍ଗ ବଦଳିବା ଆରମ୍ଭ କରିବ ।
ଅପମିଶ୍ରିତ ବେସନ ପରୀକ୍ଷା କରିବାର ଆଉ ଏକ ଉପାୟ ଜାଣନ୍ତୁ । ଗୋଟିଏ ଗିନାରେ କିଛି ଲେମ୍ବୁରସ ନିଅନ୍ତୁ । ସେଥିରେ ଦୁଇ ଚାମଚ ହାଇଡ୍ରୋକ୍ଲୋରିକ ଏସିଡ୍ ପକାଇ ମିଶ୍ରଣ ତିଆରି କରନ୍ତୁ । ସେହି ମିଶ୍ରଣକୁ କେଇ ଟୋପା ବେସନ ଉପରେ ପକାଇ ଦିଅନ୍ତୁ ।
ବେସନର ରଙ୍ଗ ବଦଳିବା ଆରମ୍ଭ କଲେ ଜାଣିବେ, ତାହା ଅପମିଶ୍ରିତ ବେସନ । ଅପମିଶ୍ରିତ ବେସନ ଆମ ଶରୀରକୁ ବିଭିନ୍ନ ଉପାୟରେ କ୍ଷତି ପହଂଚାଇଥାଏ ।
#gramflour #chickpeaflour