ଦିଲ୍ଲୀ ଓ ଏନସିଆରରେ ୪୩ପ୍ରତିଶତ ଲୋକଙ୍କୁ ଡେଙ୍ଗୁ

ନୂଆଦିଲ୍ଲୀ : କେବଳ ଦିଲ୍ଲୀ-ଏନସିଆରରେ ବାସ କରୁଥିବା ୪୩ପ୍ରତିଶତ ଲୋକଙ୍କୁ ହୋଇଛି ବୋଲି ଏକ ସର୍ଭେରୁ ଜଣାପଡିଛି । ଲୋକଙ୍କ ପରିବାରେ କାହାକୁ ନା କାହାକୁ ଜର, ଥକାପଣ ଏବଂ ଘୋଳାବିନ୍ଧା ଯେପରି ଡେଙ୍ଗୁର ଲକ୍ଷଣ ଭଳି ସୂଚନା ଦେଇଥିଲା ।

ଏହି ସର୍ଭେରେ ଗାଜିୟାବାଦର, ଦିଲ୍ଲୀ, ନୋଏଡ଼ା, ଫରିଦାବାଦରେ ଏବଂ ଗୁରୁଗ୍ରାମର ଲୋକ ସାମିଲ ଥିଲେ । ଏଥିରେ କୁହାଯାଇଛି ଯେ ଦିଲ୍ଲୀ-ଏନସିଆରର ୧୦ପ୍ରତିଶତ ଲୋକ ଏବଂ ତାଙ୍କର ସମ୍ପର୍କୀୟଙ୍କ ପରିବାରରେ ୪କିମ୍ବା ଅଧିକ ଲୋକଙ୍କୁ ଡେଙ୍ଗୁ ହୋଇଥିଲା । ପାଖାପାଖି ୪୩ପ୍ରତିଶତ ଲୋକ କହିଥିଲେ ତାଙ୍କ ପରିବାର କିମ୍ବା ତାଙ୍କର ନିକଟ ସମ୍ପର୍କୀୟ ଚଳିତ ବର୍ଷ ଡେଙ୍ଗୁ ପ୍ରଭାବିତ ହୋଇଛନ୍ତି । ଏହି ସର୍ଭେରେ କେବଳ ଦିଲ୍ଲୀ ନୁହେଁ ଏଥିରେ ଏନସିଆର ବି ବହୁମାତ୍ରାରେ ପ୍ରଭାବିତ ହୋଇଛି ।