ସୋମବାର ଦେଶର ସବୁ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହ ବୈଠକ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ୧୫ରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସକଙ୍କ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବୈଠକ କରିବେ । ଏହି ବୈଠକରେ ପୁଞ୍ଜି ବିନିଯୋଗ, ଭିତ୍ତିଭୂମି ଏବଂ ବିକାଶକୁ ନେଇ ଆଲୋଚନା ହୋଇପାରେ ।

ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସକଙ୍କୁ ଲେଖିଥିବା ଚିଠିରେ ସୀତାରମଣ କହିଛନ୍ତି ଯେ ମହାମାରୀର ଦ୍ୱିତୀୟ ଲହରରୁ ଅର୍ଥନୀତିରେ ଉନ୍ନତି ଆସୁଛି ଏବଂ ନିବେଶକଙ୍କ ମଧ୍ୟରେ ସକରାତ୍ମକତା ରହିଛି ବୋଲି ସେ କହିଛନ୍ତି । ଆମେ ସକାରାତ୍ମକ ଭାବରେ ରାଜ୍ୟଗୁଡିକରେ ପୁଞ୍ଜି ବିନିଯୋଗ ବୃଦ୍ଧି କରିପାରିବା । ଯାହା ରୋଜଗାର ଏବଂ ରାଜସ୍ୱ ବୃଦ୍ଧି ହୋଇପାରିବ । ବୈଠକରେ ଅର୍ଥନୀତି ଉପରେ ଆଲୋଚନା ହୋଇପାରେ । ମୁଖ୍ୟ ସଚିବମାନଙ୍କୁ ଲେଖିଥିବା ଚିଠିରେ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ ଆର୍ଥିକ ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ଆଗକୁ ରାସ୍ତା ଖୋଲିବାକୁ ରାଜ୍ୟରୁ ଇନପୁଟ ମାଗିଥିଲେ ।