ପିଜି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିବାକୁ ବାଧ୍ୟ କରିପାରିବେନି ମେଡିକାଲ କଲେଜ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ (ଏନ୍‌ଏମ୍‌ସି) ପକ୍ଷରୁ ମେଡିକାଲ କଲେଜକୁ ନୋଟିସ୍‌ ଜାରି କରାଯାଇଛି । ଉକ୍ତ ନୋଟିସରେ ସ୍ନାତକୋତର ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିବା ପାଇଁ ବାଧ୍ୟ କରି ପାରିବେନି ମେଡିକାଲ କଲେଜ ।

ଏନ୍‌୍‌ଏମ୍‌ସି କହିଛି, ସବୁ ପିଲାଙ୍କୁ ହଷ୍ଟେଲ ସୁବିଧା ଯୋଗାଇବା ମେଡିକାଲ କଲେଜର ନୈତିକ ଦାୟିତ୍ୱ । ମାତ୍ର ହଷ୍ଟେଲରେ ରହିବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିବା ଗୁରୁଚଣ୍ଡାଳ ଦୋଷ ।

ଏନ୍‌ଏମ୍‌ସି ନିକଟରେ ବହୁ ପିଜି ଛାତ୍ରଛାତ୍ରୀ ଅଭିଯୋଗ କରିବାରୁ ଏଭଳି ନିଷ୍ପତି ନିଆଯାଇଛି । ଏନ୍‌ଏନ୍‌ସି ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ମେଡିକାଲ କଲେଜ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ପ୍ରକାଶ ପାଇଛି ।