ଦିନିକିଆ କ୍ରିକେଟ୍‌ରେ ନୂଆ ରେକର୍ଡ କଲେ ପଥୁମ ନିଶାଙ୍କା

ନୂଆଦିଲ୍ଲୀ: ଶ୍ରୀଲଙ୍କା ଓପନର୍‌ ପଥୁମ ନିଶାଙ୍କା ଦିନିକିଆ କ୍ରିକେଟ୍‌ ଦୁନିଆରେ ଦ୍ୱିଶତକ ହାସଲ କରି ଇତିହାସ ରଚିଛନ୍ତି । ତାଙ୍କ ପୂର୍ବରୁ ଶ୍ରୀଲଙ୍କାର କୌଣସି ଖେଳାଳି ଦିନିକିଆ କ୍ରିକେଟରେ ୨୦୦ ରନ୍‌ କରି ନଥିଲେ ।

ସୂଚନା ମୁତାବକ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ତିନୋଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ପଲ୍ଲେକଲେ ଆନ୍ତର୍ଜାତିକ କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମ୍ୟାଚ୍‌ରେ ଶ୍ରୀଲଙ୍କା ଓପନର ନିଶାଙ୍କା ଦ୍ୱିଶତକ ହାସଲ କରିଥିବା  ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ପରିଚୟ ସୃଷ୍ଟି କରିଛନ୍ତି ।

୨୫ ବର୍ଷୀୟ ନିଶାଙ୍କା ୧୩୯ଟି ବଲରୁ ୨୦ଟି ଚୌକା ଓ ୮ଟି ଗଗନଚୁମ୍ବୀ ଛକା ବଳରେ ଅପରାଜିତ ୨୧୦ ରନ୍‌ କରିଛନ୍ତି । ତାଙ୍କ ପୂର୍ବରୁ ଶ୍ରୀଲଙ୍କାର ସନଥ ଜୟସୂରିୟା ୨୦୦୦ ମସିହାରେ ଭାରତ ବିପକ୍ଷରେ ୧୮୯ ରନ୍‌ କରିଥିଲେ ।