ରୋଚକ ଯୋଗ: ଧନୁ ସମେତ ୫ ରାଶିକୁ ଶନିଙ୍କ କୃପା

ଭୁବନେଶ୍ୱର: ଫେବୃଆରୀ ୧୦ ତାରିଖ (ଶନିବାର) ଦିନ ଚନ୍ଦ୍ରମା ମକର ରାଶିରୁ କୁମ୍ଭକୁ ଚଳନ କରୁଥିବାରୁ ରୁଚକ ଯୋଗ ସୃଷ୍ଟି କରୁଛି । ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି ଅବସରରେ ବରିୟାନ ଯୋଗ, ରୁଚକ ଯୋଗ ଓ ଧନିଷ୍ଠା ନକ୍ଷତ୍ରର  ଶୁଭ ଦୃଷ୍ଟି ରହୁଛି ।

ଜ୍ୟୋତିଷଙ୍କ ମତରେ ଶନିବାର ଗ୍ରହରାଜ ଶନିଙ୍କ ଶୁଭଦୃଷ୍ଟିର ଫାଇଦା ଉଠାଇବେ ୫ଟି ରାଶିର ପୁରୁଷ ଓ ମହିଳା । ସେହି ୫ଟି ରାଶିର ଲୋକମାନେ ହସଖୁସିରେ ଦିନଟିକୁ ବିତାଇବେ । ଚାକିରି ଓ ବ୍ୟବସାୟ କରୁଥିବା  ଲୋକମାନେ କର୍ମ ଅନୁସାରେ ଫଳ ପାଇବେ ।

ମେଷ, ସିଂହ, ତୁଳା, ଧନୁ ଓ ମୀନରାଶିର ଲୋକମାନେ ଧାର୍ମିକ, ଆର୍ଥିକ, ସାମାଜିକ ଓ ଶାରୀରିକ ଦୃଷ୍ଟିରୁ ଲାଭରେ ରହିବେ । ଛାତ୍ରଛାତ୍ରୀମାନେ ଅଧ୍ୟୟନ ପ୍ରତି ରୁଚି ଦେଖାଇବେ । ପାରିବାରିକ ଜୀବନ ମଧୁର ରହିବ ।