୫ ଦିନରେ ସରିଗଲା ଓଡ଼ିଶା ବିଧାନସଭା ଅଧିବେଶନ

ଭୁବନେଶ୍ୱର: ବଡ଼ ବିଚିତ୍ର ଆମ ନବୀନ ସରକାର । ଯାହା ଯେତେବେଳେ ମୁଣ୍ଡକୁ ଆସୁଛି; ଚଟାପଟ୍‌ କରି ପକାଉଛନ୍ତି । ୧୩ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ ବୋଲି ପୂର୍ବରୁ କୁହାଯାଇଥିଲା । କିନ୍ତୁ ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରି ଦିଆଗଲା । ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ହୋଇଛି ଅନ୍ତିମ ଅଧିବେଶନ ।

ଷୋଡ଼ଶ ବିଧାନସଭାର ଅନ୍ତିମ ଅଧିବେଶନ ୫ ତାରିଖରୁ ଆରମ୍ଭ ହୋଇଥିଲା । ୫ ଦିନିଆ ଅଧିବେଶନରେ ବିରୋଧୀ ଦଳ ଅର୍ପଣ ରଥ ବିବାଦ, ପରି ମାମଲା ନ୍ୟାୟ, କର୍ମଚାରୀଙ୍କ ଆନ୍ଦୋଳନ, ବେଦାନ୍ତ ଅଧିଗ୍ରହଣ ଜମି ଫେରସ୍ତ, ସାମ୍ବାଦିକଙ୍କ ସମସ୍ୟାକୁ ପ୍ରାଥମିକତା ଦେଇଥିଲା ।

ଅଧିକ କ୍ଷମତା ନବୀନଙ୍କୁ ଅନ୍ଧ କରି ଦେଇଥିବାରୁ ବିରୋଧୀଙ୍କ କୌଣସି ପ୍ରସଙ୍ଗ ତାଙ୍କର କେଶକୁ ଛୁଇଁ ପାରି ନଥିଲା । ବିରୋଧୀଙ୍କ ସବୁ ଗରଳକୁ ନିରବତାର ସହ ପିଇ ଯାଉଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।