ରାଜ୍ୟରେ ସୁଦୃଢ ହେବ ନର୍ସିଂ ଶିକ୍ଷା

ଭୁବନେଶ୍ୱର: ରାଜ୍ୟରେ ସୁଦୃଢ ହେବ ନର୍ସିଂ ଶିକ୍ଷା । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ଆରମ୍ଭ ହୋଇଛି । ଏଣିକି ନର୍ସିଂ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ନିଟ୍ ପରୀକ୍ଷା ଦେବାକୁ ପଡ଼ିବ । ଡାକ୍ତରୀ ପାଠ୍ୟକ୍ରମ ଭଳି ବିଏସସି ନର୍ସିଂ ପଢିବାକୁ ହେଲେ ଜାତୀୟ ସ୍ତରରେ ହେଉଥିବା ନିଟ୍ ପରୀକ୍ଷା ଦେବାକୁ ହେବ । ଆସନ୍ତା ଶିକ୍ଷାବର୍ଷରୁ ଏହାକୁ ଲାଗୁ କରାଯାଇପାରେ ।