ଭାରତର ଏମିତି ଏକ ରାଜ୍ୟ ଯୋଉଠି ଟ୍ରେନ ସାତସପନ

ନୂଆଦିଲ୍ଲୀ: ଭାରତରେ ଏମିତି ଏକ ରାଜ୍ୟ ରହିଛି ଯୋଉଠି ଟ୍ରେନ ଲାଇନ ବିଛା ଯାଇନି କି ଟ୍ରେନ ଚଳାଚଳ କରୁନି । ଏ କଥାକୁ ହୁଏତ କେହି ବିଶ୍ୱାସ କରିବେନି । ମାତ୍ର କଥାଟା ସଂପୂର୍ଣ୍ଣ ସତ । ସଂପୃକ୍ତ ରାଜ୍ୟଟି ପାହାଡ଼ିଆ ଅଂଚଳ ହୋଇଥିବାରୁ ସେଠାରେ ରେଳ ଚଳାଚଳ କରିବା ସମ୍ଭବ ହୋଇପାରିନି ।

ଆଗାମୀ ଭବିଷ୍ୟତ କଥା କହି ହେଉନି । ମାତ୍ର ଏ ଯାଏ ସିକିମକୁ ଲୌହଦାନବ ଯାଇନାହିଁ ।

୧୯୭୫ ମେ’ ୧୬ ତାରିଖରେ ସିକିମ ଭାରତର ୨୨ତମ ରାଜ୍ୟ ଭାବେ ପରିଚୟ ଲାଭ କଲା । କିନ୍ତୁ ଏ ଯାବତ୍‌ ସେଠାକାର ଅଧିବାସୀ ଟ୍ରେନରେ ଯାତାୟାତ କରିବାର ଅନୁଭୂତି ପାଇନାହାନ୍ତି ।

ସୂଚନା ମୁତାବକ ସିକିମରେ ସମତଳ ଅଂଚଳ ନାହିଁ । ଉଟି ଓ ଦାର୍ଜିଲିଂରେ ଗଡୁଥିବା ଟ୍ରେନ ଲାଇନଗୁଡ଼ିକ ବ୍ରିଟିଶ ସରକାରଙ୍କ ଅମଳରେ ତିଆରି କରାଯାଇଥିଲା । ସିକିମ ବ୍ରିଟିଶ ଶାସନାଧିନ ଭାରତ ଅଂଶବିଶେଷ ନଥିଲା । ସିକିମ ରାଜା ତାଙ୍କ ରାଜ୍ୟରେ ରେଳ ଚଳାଚଳ ପାଇଁ ଉଦ୍ୟମ କରି ନଥିଲେ ।