ଦିଲ୍ଲୀ ହାଇକୋର୍ଟକୁ ଗଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି, ମନି ଲଣ୍ଡରିଂ ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହେବା ଓ ନିମ୍ନ ଅଦାଲତ ପକ୍ଷରୁ ଇଡି ରିମାଣ୍ଡକୁ ପଠାଯିବା ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଦିନ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହାଇକୋର୍ଟରେ ଦାଖଲ କରିଥିବା ପିଟିସନରେ କେଜ୍ରିୱାଲ ତାଙ୍କ ଗିରଫଦାରି ଓ ଇଡି ରିମାଣ୍ଡକୁ ପଠାଯିବା ଘଟଣାକୁ ସଂପୂର୍ଣ୍ଣ ବେଆଇନ ବୋଲି ଦର୍ଶାଇଛନ୍ତି ।

ରବିବାର ଦିନ ଦିଲ୍ଲୀ ହାଇକୋର୍ଟର ଅସ୍ଥାୟୀ ମୁଖ୍ୟ ବିଚାରପତି କେଜ୍ରିୱାଲଙ୍କ ଆବେଦନର ବିଚାର କରିପାରନ୍ତି ।