ଆଇପିଏଲ ମହାମୁକାବିଲା ୨୦୨୪: ହାଇଦ୍ରାବାଦକୁ ୪ ରନ୍ରେ ପରାସ୍ତ କଲା କୋଲକାତା

ଚଳିତ ଆଇପିଏଲ ତୃତୀୟ ମୁକାବିଲାରେ ହାଇଦ୍ରାବାଦକୁ ୪ ରନରେ ପରାଜିତ କରିଛି କୋଲକାତା । ଶନିବାର ଦିନ କୋଲକାତାର ଇଡେନ ଗାର୍ଡେନ ମଇଦାନରେ ସନ୍‌ ରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମ୍ୟାଚ୍‌ ହୋଇଥିଲା ।

କୋଲକାତାର ଆଣ୍ଡ୍ରେ ରସେଲ ଓ ରିଙ୍କୁ ସିଂ ଦଳୀୟ ସ୍କୋରକୁ ୨୦୦ ପାର କରାଇ ଦେଇଥିଲେ । କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୨୦୮ ରନ୍‌ କରିଥିଲା । ହାଇଦ୍ରାବାଦ ପ୍ରବଳ ସଂଘର୍ଷ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୨୦୪ ରନ୍‌ ପର୍ଯ୍ୟନ୍ତ ଯାଇ ପାରିଥିଲ ।