କଟକରେ ଗୋଷ୍ଠୀ ସଂଘର୍ଷ, ୨ ଆହତ

କଟକ: କଟକ ସହରସ୍ଥିତ ଦେବାନ ବଜାର ଅନ୍ତର୍ଗତ ତନ୍ତିସାହିରେ ଦୁଇଟି ଗୋଷ୍ଠୀ ଭିତରେ ରକ୍ତାକ୍ତ ସଂଘର୍ଷ କାରଣରୁ ଅନ୍ୟୁନ ୨ ଜଣ କ୍ଷତାକ୍ତ ହୋଇଛନ୍ତି । ଶନିବାର ବିଳମ୍ବିତ ରାତିରେ ଘର ବାଉଣ୍ଡାରୀ କାନ୍ଥ ନିର୍ମାଣକୁ କେନ୍ଦ୍ର କରି ତୁମୁଳ ପାଟିତୁଣ୍ଡ ଲାଗିଥିଲା । ପାଟିତୁଣ୍ଡରୁ ହାତାହାତି, ହାତାହାତିରୁ ହଣାକଟା ପର୍ଯ୍ୟନ୍ତ କଥା ଚାଲିଗଲା ।

ଖବର ପାଇ କମିଶନରେଟ୍‌ ପୁଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ସମ୍ଭାଳି ଥିଲା ।ତା’ ପୂର୍ବରୁ ଝାରପଡ଼ା ଜେଲରେ ଚକରା ବାରିକ ଓ ଶମ୍ଭୁନାଥ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିବା ଫଳରେ ଶମ୍ଭୁନାଥ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛି ।