ସରକାରଙ୍କ ବିନା ଅନୁମତିରେ ସାପ ପୋଷିବା ମନା

ଭଦ୍ରକ: ସାପ ଭଳି ସରୀସୃପ ବନ୍ୟପ୍ରାଣୀ ଅନ୍ତର୍ଭୁକ୍ତ ହୋଇଥିବାରୁ ସରକାରଙ୍କ ବିନା ଅନୁମତିରେ ସେଗୁଡ଼ିକୁ ଘରେ ପୋଷିବା ଆଇନ ଦୃଷ୍ଟିରୁ ଅପରାଧ । ଶନିବାର ଭଦ୍ରକ ପୁଲିସ ବେଆଇନ ଭାବେ ସାପ ରଖିଥିବା ଅଭିଯୋଗରେ ମିର୍ଜା ମହମ୍ମଦ ଆରିଫକୁ ଗିରଫ କରିଛି । ଫେସବୁକରେ ଅଭିଯୁକ୍ତର ଦୁଇଟି ଆକାଉଂଟ ରହିଛି । ଗୋଟିକରେ ୧ ଲକ୍ଷ ୪୪ ହଜାର ଅନୁଗାମୀ ରହିଥିଲା ବେଳେ ଅନ୍ୟଟିରେ ୨୦ ଲକ୍ଷ ୪୨ ହଜାର ଅନୁଗାମୀ ଅଛନ୍ତି । ଉଭୟ ଆକାଉଂଟକୁ ବ୍ଲକ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଫେସବୁକ୍‌ ସଂସ୍ଥାକୁ ଚିଠି ଲେଖାଯାଇଛି ।