କଂଗ୍ରେସର ୪୬ ଜଣିଆ ପ୍ରାର୍ଥୀ ତାଲିକାରେ ଦିଗବିଜୟ ସିଂ

ନୂଆଦିଲ୍ଲୀ: ଶନିବାର ଦିନ କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ପ୍ରାର୍ଥୀ ତାଲିକାରେ ୪୬ ଜଣଙ୍କ ନାମ ରହିଛି । ପ୍ରାପ୍ତ ସୂଚନା ଅନୁସାରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ରାଜଗଡ଼ ଲୋକସଭା ଆସନରୁ ଲଢ଼ିବେ । ୟୁପି କଂଗ୍ରେସ ସଭାପତି ଅଜୟ ରାୟ ବାରାଣସୀ ଲୋକସଭା ଆସନରୁ ଲଢ଼ିବେ ।

ସାହାରାନପୁର  ଲୋକସଭା ମଣ୍ଡଳୀରୁ ଇମ୍ରାନ ମାସୁଦ ନିର୍ବାଚନ ଲଢ଼ିବେ । ହରିଦ୍ୱାର ଲୋକସଭା କ୍ଷେତ୍ରରୁ ଲଢ଼ିବେ ବିରେନ୍ଦ୍ର ରାୱତ ଓ ଅମ୍ରୋହାରୁ ଲଢ଼ିବେ ଦାନିଶ ଅଲୀ ।