ମେଧାବୃତ୍ତାରେ କୃତୀ ଶିଶୁଙ୍କୁ ସମର୍ଦ୍ଧନା

ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁରୁମୁଙ୍ଗାର ଶିକ୍ଷା ବର୍ଷ ୨୦୨୫-୨୬ ପଠାଣି ସାମନ୍ତ ଗଣିତ ପ୍ରତିଭା ପରୀକ୍ଷା ରେ ଷଷ୍ଠ ଶ୍ରେଣୀର ଯଯାତି କେଶରୀ ମହାନ୍ତ ,ଜ୍ୟୋତିପ୍ରକାଶ ନାଏକ, ବିଷ୍ଣୁପ୍ରିୟା ମହାନ୍ତ,ବିନୋଦିନୀ ମହାନ୍ତ ଓ ନବମ ଶ୍ରେଣୀର ପ୍ରତ୍ୟୁଷ କୁମାର ମହାନ୍ତ, ଶୁଭଙ୍କରପାତ୍ର, ଶ୍ରୀୟାଜ୍ୟୋତି ସାହୁ, ଅନିକେତ ପୃଷ୍ଟି କୃତିତ୍ୱ ଅର୍ଜନ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି ।

ଏବଂ ଶିକ୍ଷା ବିକାଶ ସମିତି ଓଡ଼ିଶା ଦ୍ବାରା ପରିଚାଳିତ ପ୍ରାଦେଶିକ ମେଧା ଓ ଶ୍ରୀଭାରତୀ କୃଷ୍ଣ ଗଣିତ ପରୀକ୍ଷା ରେ ୫୦ ଶତକଡା ରୁ ଉର୍ଦ୍ଧ୍ୱ ନମ୍ବର ରଖି ସଫଳତା ଲାଭ କରିଥିବା ସମସ୍ତ ଶିଶୁ ଭଉଣୀ ମାନଙ୍କୁ ବିଦ୍ୟାଳୟ ତରଫରୁ ମୁଖ୍ୟ ଅତିଥି ଭାବେ ପରିବେଶ ବିଜ୍ଞାନୀ ,ଏ ବି ଗ୍ରୁପର ସଂସ୍ଥାପକ,ତୈଳ ପ୍ରାକୃତିକ ଗ୍ୟାସ ଏବଂ ବିଶ୍ବ ସ୍ତରୀୟ ଶକ୍ତି କମ୍ପାନୀ ଆବୁଧାବିର କର୍ମକର୍ତ୍ତା କିଶୋର ଚନ୍ଦ୍ର ଦାସ ଓ ତାଙ୍କ ସହଧର୍ମିଣୀ ଏ ବି ଗ୍ରୁପର ଚେୟାରମ୍ୟାନ ମଧୁସ୍ମିତା ଦାସ, ସମ୍ମାନୀତ ଅତିଥି ଭାବେ ମହେନ୍ଦ୍ର କୁମାର ମହାନ୍ତ,ବିଦ୍ୟାଳୟର ସଭାପତି ପ୍ରଦୀପ କୁମାର ସାହୁ, ମୋଚିରାମ ସାହୁ ଯୋଗ ଦେଇଥିଲେ ।

ପ୍ରଧାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତ ସଂଯୋଜନା କରିବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି କୃତି ଶିଶୁ ଭାଇ ଭଉଣୀ ମାନଙ୍କୁ ପୁଷ୍ପଗୁଚ୍ଛ ସହିତ ଅର୍ଥରାଶି ଦେଇ ସମ୍ବର୍ଦ୍ଧିତ କରିବା ସହିତ ଶିଶୁ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ବିଦ୍ୟାଳୟର ବରିଷ୍ଠା ଆଚାର୍ଯ୍ୟ। ଦେବକୀ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।