ଯୋଗଦ୍ୱାରା ରୋଗରୁ ମୁକ୍ତି ପାଇହେବ By Shaksi News Last updated Jul 28, 2021 ଭୁବନେଶ୍ୱର,(ଏସ୍ ନ୍ୟୁଜ): ସାଇନସ୍ ହେଉଛି ନାକ ସମ୍ବନ୍ଧିତ ଏକ ସମସ୍ୟା। ଏହି ସମସ୍ୟା ଥଣ୍ଡାପାଗରେ ଅଧିକ ହୋଇଥାଏ। ନାକ ବନ୍ଦ ହେବା, ମୁଣ୍ଡ ଓ ଅଧକପାଳୀ ବିନ୍ଧା ପରି ସମସ୍ୟା ହୋଇଥାଏ, ନାକରୁ ପାଣି ବାହାରିବା ଆଦି ଏହାର ପ୍ରମୁଖ ଲକ୍ଷଣ। ଏହା ବ୍ୟତୀତ ହାଲୁକା ଜ୍ୱର,ଆଖି ପଲକରେ ଯନ୍ତ୍ରଣା ହେବା, ଅବସାଦ କାରଣରୁ ଚେହେରା ଫୁଲିଯିବା। ଆଗାମୀ ଦିନରେ ଏହି ରୋଗ ଆଜ୍ମା, ଦମା ପରି ଗଭୀର ବେମାରୀରେ ପରିଣତ ହୁଏ। କିନ୍ତୁ ଯୋଗଦ୍ୱାରା ଏହି ରୋଗରୁ ମୁକ୍ତି ପାଇହେବ। ସୂର୍ଯ୍ୟ ନମସ୍କାର- ସୂର୍ଯ୍ୟ ନମସ୍କାର ସବୁ ଆସନ ମଧ୍ୟରେ ମୁଖ୍ୟ ଆସନ ବୋଲି ବିଚାର କରଯାଏ। ଏହାଦ୍ୱାରା ସାଇନସ ସମସ୍ୟାରୁ ମୁକ୍ତି ମିଳିଥାଏ। ପ୍ରତ୍ୟହ ଏହି ଆସନ କରିବା ଦ୍ୱାରା ଶରୀରକୁ ଉର୍ଜା ମିଳିବା ସହ ଭିଟାମିନ୍ ଡ଼ି ମଧ୍ୟ ମିଳିଥାଏ। ୧୨ ମୂଦ୍ରା ବିଶିଷ୍ଟ ଏହି ଆସନ ସାଇନସରୁ ମୁକ୍ତି ଦେବା ସହ ଅବସାଦକୁ କମ୍ କରି ଓଜନ ହ୍ରାସ କରିଥାଏ । ଆହୁରି ପଢ଼ନ୍ତୁ... ‘୨୦କ ପଣିକିଆରେ ବୃଦ୍ଧାଶ୍ରମ’… Oct 17, 2026 ଆଇନ ମନ୍ତ୍ରୀଙ୍କୁ ଲିଙ୍ଗରାଜ… Oct 17, 2026 ମହିଳା ଓ ଶିଶୁ ବିକାଶ ପାଇଁ… Oct 17, 2026 ଓଡ଼ିଶାରେ ହିମାଚଳ ପ୍ରଦେଶର ଯୁବ… Oct 17, 2026 ପଶ୍ଚିମୋତ୍ତାନାସନ- ଏହି ଆସନ କରିବା ବହୁତ ସହଜ। ଏହା କରିବା ସମୟରେ କ୍ଳାନ୍ତି ଲାଗେ ନାହିଁ।ଏହା ସାଇନସ୍ ସହ ଅନିଦ୍ରାର ଉପଚାର ପାଇଁ ମଧ୍ୟ ସାହାଯ୍ୟ କରିଥାଏ । ଏହି ଆସନ କରିବା ପାଇଁ ପ୍ରଥମେ ଆପଣ ସିଧା ବସନ୍ତୁ ଓ ଦୁଇ ପାଦକୁ ସିଧା ରଖନ୍ତୁ। ଦୁଇପାଦକୁ ସିଧା ଯୋଡ଼ି ରଖି ଦୁଇ ହାତକୁ ଉପରକୁ ଉଠାନ୍ତୁ ଓ ଅଣ୍ଟା ସିଧା ରଖନ୍ତୁ । ଏହାପରେ ଦୁଇପାଦର ଆଙ୍ଗୁଠିକୁ ହାତରେ ଛୁଇଁବାକୁ ଚେଷ୍ଟା କରନ୍ତୁ। ଧ୍ୟାନ ରଖିବେ ଏହି ସମୟରେ ଆଣ୍ଠୁ ଯେପରି ମୋଡ଼ି ହୋଇ ନରୁହେ। ଏହା ସହ ପାଦ ମଧ୍ୟ ଭୂମିରୁ ଉପରକୁ ଉଠାଇବେ ନାହିଁ। ସାଇନସ୍ ହେବା ସମୟରେ ମୁଣ୍ଡ ବିନ୍ଧାରୁ ଆରାମ ପାଇବା ପାଇଁ ଏହା ଏକ ଭଳ ଉପାୟ। ଉତ୍ତାନାସନ- ଏହି ଯୋଗାସନ ମଧ୍ୟ ସାଇନସରୁ ଆରାମ ଦେବାରେ ସହାୟକ ହୋଇଥାଏ। ଏହାସହ ଶ୍ୱାସକ୍ରିୟା ସମ୍ବନ୍ଧିତ ଅନ୍ୟ ବେମାରୀରୁ ମଧ୍ୟ ଉପଶମ ମିଳିଥାଏ। ଏହି ଆସନ ଆପଣଙ୍କ ମୁଡ଼୍କୁ ତାଜା ରଖିଥାଏ। ଉତ୍ତାନାସନ କରିବା ପାଇଁ ପ୍ରଥମେ ଆପଣ ସିଧା ଠିଆ ହୁଅନ୍ତୁ। ଲମ୍ବା ନିଶ୍ୱାସ ନେଇ ଦୁଇ ହାତ ଉପରକୁ କରନ୍ତୁ। ଏହାପରେ ଆଗକୁ ନଇଁ ଦୁଇହାତରେ ଭୂମିକୁ ଛୁଅନ୍ତୁ। ଏହି ସମୟରେ ଆଣ୍ଠକୁ ଆଦୌ ମୋଡ଼ନ୍ତୁ ନାହିଁ। କିଛି ସମୟ ଏପରି ମୁଦ୍ରାରେ ରହିବା ପରେ ହାତକୁ ପୁନଃ ଉପରକୁ କରନ୍ତୁ ଓ ନିଶ୍ୱାସ ଛାଡ଼ି ସାମାନ୍ୟ ଅବସ୍ଥାରେ ଛିଡ଼ା ହୋଇଯାଆନ୍ତୁ। Continue Reading health Share